ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଛନ୍ତି ମୋଦି କେବଳ ଶାହ ଏବଂ ଆଦାନୀ କଥା ଶୁଣୁଛନ୍ତି । ଆଉ କାହା କଥା ଶୁଣୁନାହାଁନ୍ତି । ମୋଦି ଭାବୁଛନ୍ତି ମଣିପୁର ଭାରତର ନୁହଁ । ବିଜେପିକୁ ଟାର୍ଗେଟ କରି କହିଥିଲେ ଏମାନେ ମଣିପୁରରେ ହିନ୍ଦୁସ୍ତାନର ହତ୍ୟା କରିଛନ୍ତି ।
#WATCH | Congress MP Rahul Gandhi says, "They killed India in Manipur. Not just Manipur but they killed India. Their politics has not killed Manipur, but it has killed India in Manipur. They have murdered India in Manipur." pic.twitter.com/u0ROyHpNRL
— ANI (@ANI) August 9, 2023
ରାଜନୀତି ପାଇଁ ଏମାନେ ମଣିପୁରରେ ହିନ୍ଦୁସ୍ତାନକୁ ମାରିଛନ୍ତି । ମୋ ମଣିପୁର ମା କୁ ହତ୍ୟା କରିଛନ୍ତି । ରାହୁଲଙ୍କ ମନ୍ତବ୍ୟକୁ ଶାସକ ଦଳ ସଭ୍ୟଙ୍କ ପ୍ରବଳ ବିରୋଧ କରିଥିଲେ । ଜୋରଦାର ପ୍ରତିବାଦ କରିଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ରାହୁଲ କ୍ଷମା ମାଗନ୍ତୁ ଦାବି କରିଥିଲେ ବିଜେପି ସଦସ୍ୟମାନେ । ଏହାରି ଭିତରେ ପୁଣି ରାହୁଲ କହିଥିଲେ, ସେ ବିଜେପି ନେତାଙ୍କ ଉପରେ ସେତେଟା ଆକ୍ରମଣ କରିବେନି । କହିଥିଲେ, ପଦେ ଦି ପଦ କଥା କହିବି, କିନ୍ତୁ ବେଶି ସମସ୍ୟାରେ ପକାଇବିନି । ଗତବର୍ଷ ୧୩୦ ଦିନ ପାଇଁ ମୁଁ ଭାରତର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇଥିଲି । ଏଯାଏଁ ଭାରତ ଯୋଡ ଯାତ୍ରା ଶେଷ ହୋଇନାହିଁ । ଏହି ସମୟରେ ଅନେକ ଲୋକ ପଚାରିଥିଲେ ଯେ, ରାହୁଲ ତୁମେ କାହିଁକି ଚାଲୁଛ? କଣ ତୁମର ଲକ୍ଷ୍ୟ, କାହିଁକି କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାଉଛ । ଏହା ପଛର କାରଣ ଖୋଜି ପାଇଥିଲି । ଯେଉଁଥିପାଇଁ ମୁଁ ମରିବାକୁ ପ୍ରସ୍ତୁତ, ଯେଉଁଥିପାଇଁ ମୁଁ ମୋଦୀଙ୍କ ଜେଲକୁ ଯିବାକୁ ପ୍ରସ୍ତୁତ, ଯେଉଁଥିପାଇଁ ମୁଁ ୧୦ ବର୍ଷ ପ୍ରତିଦିନ ଗାଳି ଖାଇଛି । ତାହାକୁ ମୁଁ ବୁଝିବାକୁ ଚେଷ୍ଟା କରିଥିଲି । ଏପରି କିଛି କହି ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ
#WATCH | Congress MP Rahul Gandhi says, "A few days back, I went to Manipur. Our PM didn't go, not even to this day, because for him Manipur is not India. I used the word 'Manipur' but the truth is that Manipur does not remain anymore. You have divided Manipur into two. You have… pic.twitter.com/QodCZnLHWs
— ANI (@ANI) August 9, 2023