କଟକ ଜିଲ୍ଲାରେ 5T ସଚିବଙ୍କ ମାରାଥନ ସମୀକ୍ଷା

କଟକ:  କଟକ ଜିଲ୍ଲାରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । କଟକ ଜିଲ୍ଲା ବାଙ୍କୀ ଗସ୍ତରେ ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ  ଦର୍ଶନ କରିଛନ୍ତି ସଚିବ ଭି.କେ ପାଣ୍ଡିଆନ୍ । ମନ୍ଦିରର ବିକାଶ, ଯାତ୍ରୀ ନିବାସ, ଶୌଚାଳୟ, ରେଣୁକା ନଦୀର ପୁନଃରୁଦ୍ଧାର କରିବାକୁ ଦାବି ଜଣାଇଛନ୍ତି ସେବାୟତ । ଏହାସହ ପାର୍କିଂ ସମସ୍ୟାର ସମାଧାନ କରିବାକୁ ମଧ୍ୟ ଦାବି କରିଛନ୍ତି ଲୋକେ । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ମନ୍ଦିରର ବିକାଶ କେମିତି ହେବ, ସେ ନେଇ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି 5T ସଚିବ ।