ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦି ସରକାର । ଆଜିଠାରୁ ୩ ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୩୫ ଦିନ ପରେ ସାଂସଦ ପଦ ଫେରି ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବେ। ଲୋକସଭାରେ ପ୍ରଥମ ଡିବେଟ୍ ରାହୁଲ ଗାନ୍ଧିଙ୍କଠାରୁ ଆରମ୍ଭ ହୋଇପାରେ । ୪ ମାସ ପରେ ପୁଣି ଲୋକସଭାକୁ ଫେରିଛନ୍ତି ରାହୁଲ । ହିଂସାକାଣ୍ଡ ପରେ ଜୁନରେ ସେ ମଣିପୁର ଯାଇଥିଲେ । ମଣିପୁର ହିଂସାକୁ ନେଇ ରାହୁଲ କଣ କହିବେ ତାଉପରେ ନଜର ରହିଛି । ବିରୋଧୀଙ୍କ ତୁହାକୁ ତୁହା ଦାବି ପରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ନରଖିବାରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଆସନ୍ତା ୧୦ ତାରିଖରେ ବିରୋଧୀଙ୍କ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ । ଜୁଲାଇ ୨୬ ତାରିଖରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଥିଲେ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି