ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଲିସ ଉପରେ ଜନତା ଆକ୍ରୋଶ ଦେଖାଯାଇଛନ୍ତି। ନିକଟରେ ଜବତ ହୋଇଥିବା ଗଞ୍ଜେଇକୁ ଏହି ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ଣରେ ଥାନାରେ ନିଆଁ ଲଗାଇଦେଇଛନ୍ତି। ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧୀନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ହୋମଗାର୍ଡଙ୍କ ସହାୟତାରେ ଆଇଆଇସି ବିକ୍ରି କରିଦେଉଛନ୍ତି।ପୁଲିସ ଦ୍ବାରା ବିଭିନ୍ନ ସମୟରେ ଜବତ ହୋଇଥିବା ଗଂଜେଇକୁ ଫିରିଙ୍ଗିଆ ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୁଲିସ କର୍ମଚାରୀ ବିକ୍ରି କରୁଥିଲେ। ଏହାର ପ୍ରତିବାଦରେ ଶନିବାର ଦିନ ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ ରାସ୍ତାରୋକ କରିବା ସହିତ ତୁରନ୍ତ ଥାନା ଆଇଆଇସି ତପନ କୁମାର ନାହାକ, ହୋମଗାର୍ଡ଼ ପ୍ରଶାନ୍ତ ପାତ୍ର, ରବି ଦିଗାଲ ଏବଂ ଅନ୍ୟ ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ।
Trending
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ