ରାଜ୍ୟରେ ଆଉ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ଆଉ ନାହିଁ ବନ୍ୟା ସ୍ଥିତି । ହୀରାକୁଦକୁ ଜଳ ପ୍ରବାହ କମିଛି । ୫ଲକ୍ଷ କ୍ୟୁସେକ୍ ଥିଲା, ତାହା କମିଛି । ହୀରାକୁଦ ଜଳଭଣ୍ଡାରର ଆଉ ୫ ଗେଟ୍ ଖୋଲିଛି । ଜଳସ୍ତର ଏବେ ୬୨୦.୫୮ ଫୁଟ ରହିଛି । ୧୭ ଗେଟ ଖୋଲା ଅଛି ।ବାମପଟୁ ୧୧, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ତଳମୁଣ୍ଡରେ ବହୁତ ମାତ୍ରାରେ ପାଣି କମି ଯାଇଛି । ମୁଣ୍ଡୁଳିରେ ବି ପାଣି କମି ଯାଇଛି । ଖଇରମାଳ ଠାରେ ବି ପାଣି କମି ୩.୨୦ ଲକ୍ଷ କ୍ୟୁସେକରେ ପାଣି ପ୍ରବାହିତ ହେଉଛି ।