ଦେଶରେ ବଢୁଥିବା ବେରୋଜଗାରୀଙ୍କୁ ନେଇ ବିରୋଧୀଦଳମାନେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକଦଳମାନେ ବେରୋଜଗାର ଓ ନିଯୁକ୍ତିକୁ ବଡ ପ୍ରସଙ୍ଗ କରିଥାନ୍ତି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହମନ୍ତ୍ରଣାଳୟ ଅଧିନରେ ଥିବା ବିଭାଗରେ କେତେ ଖାଲି ପଦ ରହିଛି ତାହାକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ସମାଜବାଦୀ ପାର୍ଟିର ସାଂସଦ ଜାବେଦ ଅଲ୍ଲୀ ଖାନ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଲିଖିତ ଜବାବ ଦାବି କରି ପଚାରିଥିଲେ କି ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ କେତେ ପଦ ଖାଲି ପଡିଛି । ଏହାର ଜବାବରେ କୁହାଯାଇଛି କି ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗ ଓ କେନ୍ଦ୍ରୀୟ ବଳରେ ପାଖାପାଖି ୧,୧୪,୨୪୫ ପଦବୀ ଖାଲି ପଡିଛି ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Next Post