ପ୍ରଡକ୍ସନ ଡିଜାଇନର ନୀତିନ ଦେଶାଇଙ୍କ ଆତ୍ମହତ୍ୟା

ମୁମ୍ବାଇ: ଜଣାଶୁଣା ପ୍ରଡକ୍ସନ ଡିଜାଇନର ନୀତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ସେ ଡିପ୍ରେସନରେ ପୀଡିତ ଥିବା ଜଣାପଡିଛି  । ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ  । ନୀତିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି ବଲିଉଡ  । ୫୮ ବର୍ଷ ବୟସରେ ନୀତିନ ଦୁନିଆକୁ ଅଲବିଦା କହି ଦେଇଛନ୍ତି  । ମୁମ୍ବାଇ ନିକଟରେ ଥିବା କରଜାତରେ ଥିବା ନିଜ ଷ୍ଟୁଡିଓରେ ସେ ଆତ୍ମହତ୍ୟା କରିଛନ୍ତି  ।ଅଭିନେତା, ଫିଲ୍ମ ମେକର, ଆର୍ଟ ଡିଜାଇନର, ସେଟ ଡିଜାଇନର ଓ ପ୍ରଡକ୍ସନ ଡିଜାଇନର ରୂପେ ସେ ଜଣାଶୁଣା  । ଫିଲ୍ମରେ କାମ କରିବା ସହ ଏନଡି ଷ୍ଟୁଡିଓର ସ୍ଥାପନା କରିଥିଲେ ନୀତିନ ଦେଶାଇ  । ଚାରି ଥର ନ୍ୟାସନାଲ ଆୱାର୍ଡରେ ସେ ସମ୍ମାନିତ ହୋଇଛନ୍ତି  ।ନିର୍ଦ୍ଦେଶକ ଭାବେ ସେ ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ବିତାଇଛନ୍ତି  । ବିଧୁ ବିନୋଦ ଚୋପ୍ରା, ରାଜକୁମାର ଇରାନୀ, ସଞ୍ଜୟ ଲୀଲା ବଂଶାଲୀଙ୍କ ଠୁ ନେଇ ଆଶୁତୋଷ ଗ୍ବାରେକରଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ ସେ କାମ କରି ସାରିଛନ୍ତି  ।