ବହୁ ପ୍ରତିକ୍ଷା ପରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା। ଖାଲି ଖେଳିବେନି, ଭାରତୀୟ ଦଳର ନେତୃତ୍ୱ ମଧ୍ୟ ନେବାକୁ ତାଙ୍କ ନାଁ ଆଗକୁ ଆସିଛି। ଅଗଷ୍ଟରେ ଆୟରଲାଣ୍ଡ ବିରୋଧରେ ଭାରତ ଖେଳିବାକୁ ଥିବା ଟି-୨୦ ସିରିଜ୍ରେ ସେ ପଡ଼ିଆକୁ ଓହ୍ଲାଇବେ। ଏହି ଭାରତୀୟ ଷ୍ଟାର୍ ଦୃତଗାମୀ ବୋଲର ସେପ୍ଟେମ୍ୱର ୨୦୨୨ ଠାରୁ କ୍ରିକେଟ ଠାରୁ ଦୂରରେ ରହିଛନ୍ତି। ତେବେ ଅଗଷ୍ଟ ୧୮ରେ ଡବଲିନ୍ରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ୍ରେ ସେ ଅଧିନାୟକ ହେବା ପାଇଁ ନାଁ ଦେଇଛନ୍ତି ସିନିୟର ଟିମ୍ ସିଲେକ୍ସନ କମିଟିର ନେତୃତ୍ୱ ନେଉଥିବା ଅଜିତ୍ ଅଗରକର।ଟି-୨୦ରେ ଅଧିନାୟକ ଭାର ବହନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବାକୁ ଥିବା ବେଳେ ଏସିଆନ୍ ଗେମ୍ ସ୍କାଡ୍ରୁ କିଛି ଖେଳାଳିଙ୍କୁ ଉକ୍ତ ମ୍ୟାଚ୍ ଖେଳିବାକୁ ଚୟନ କରାଯାଇଛି। ସେପ୍ଟେମ୍ୱରରୁ ଅକ୍ଟୋବର ଭିତରେ ଚାଇନାରେ ଖେଳ ହେବାକୁ ଥିବା ଏସିଆନ୍ ଗେମ୍ସର ଏହି ମେଗା ଇଭେଣ୍ଟ ପୂର୍ବରୁ କିଛି ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦେଇ ପରୀକ୍ଷା କରାଇନେବା ଏହାର ଲକ୍ଷ୍ୟ ରହିଛି।
Trending
- ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ , ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ