ରାଜ୍ୟରେ କମୁଛି ବାଘ ସଂଖ୍ୟା : ୨୦୦୬ରେ ଥିଲେ ୪୫ ବାଘ, ୨୦୨୨ରେ ମାତ୍ର ୨୦
ନୂଆଦିଲ୍ଲୀ: ରାଜ୍ୟରେ ବର୍ଷକୁ ବର୍ଷ କମୁଛି ବାଘ ସଂଖ୍ୟା : ୨୦୦୬ରେ ଥିଲେ ୪୫ ବାଘ, ୨୦୨୨ରେ ମାତ୍ର ୨୦ । ବର୍ତ୍ତମାନ ଦେଶର ୯ଟି ବ୍ୟାଘ୍ର ପ୍ରକଳ୍ପ ମଧ୍ୟରୁ ଝାଡ଼ଖଣ୍ଡର ପାଲାମୁରେ ବ୍ୟାଘ୍ର ଶୂନ୍ୟ ହୋଇ ସାରିଥିବା ବେଳେ ଓଡ଼ିଶାର ଶିମିଳିପାଳରେ ହାତଗଣତି ବାଘ ରହିଛନ୍ତି। ସେହିପରି ରାଜ୍ୟରେ ଦ୍ୱିତୀୟ ବ୍ୟାଘ୍ର ପ୍ରକଳ୍ପ ସାତକୋଶିଆରେ ଆରମ୍ଭ ହୋଇଥିଲା। ୨୦୧୪ ଓ ୨୦୧୮ ମସିହାରେ ହୋଇଥିବା ଦୁଇଟି ବାଘ ଗଣନାରେ ରାଜ୍ୟରେ ୨୮ଟି ବାଘ ଥିବା ନେଇ ଏନ୍ଟିସିଏ ପକ୍ଷରୁ କୁହାଯାଇଥିବା ବେଳେ ୨୦୨୧-୨୨ ଗଣନା ଅନୁସାରେ ବାଘ କମିଥିବା ରିପୋର୍ଟ ମିଳିଛି । ଏବେ ୨୦ ଟି ବାଘ ରହିଛନ୍ତି । ୨୦୦୬ ରେ ବାଘ ସଂଖ୍ୟା ୪୫ ଥିଲା । ୨୦୧୦ରେ ଏହା ୩୨କୁ କମି ଆସିଥିଲା । ୨୦୧୪ରେ ୨୮ ଥିବା ବେଳେ ଏବେ ପୁଣି କମିଥିବା ରିପୋର୍ଟରେ ରହିଛି । ଶିମିଳିପାଳରେ ବାଘ ସଂଖ୍ୟା ୧୬କୁ ବୃଦ୍ଧି ପାଇଲା । ୨୦୧୮ରେ ଶିମିଳିପାଳରେ ଥିଲେ ୮ବାଘ । ସେପଟେ ଶିମିଳିପାଳରେ ବଢ଼ିଥିଲେ ହେଁ ରାଜ୍ୟରେ କମିଛି ବାଘ ସଂଖ୍ୟା । ରାଜ୍ୟରେ ମାତ୍ର ୨୦ଟି ବାଘ ଥିବା ଗଣନାରୁ ଜଣାପଡ଼ିଛି । ପୂର୍ବ ଗଣନାରେ ରାଜ୍ୟରେ ୨୮ଟି ବାଘ ଥିବା ଜଣାପଡ଼ିଥିଲା ।
ସେପଟେ ଶିମିଳିପାଳ ପାଦଦେଶରୁ ୯ଟି ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ଚାଲିଥିବା ତଲାସୀ ଅଭିଯାନରେ ପୁଣି ୯ଟି ବନ୍ଧୁକ ଜବତ କରାଯାଇଛି । ତେବେ ଶିକାର ଉଦ୍ଦେଶ୍ୟରେ ଥିବା ବନ୍ଧୁକ ଜଙ୍ଗଲର ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ବେଳେ ପୁଲିସ ୯ଟି ଦେଶୀ ବନ୍ଧୁକ ଜବତ କରିଛି । ସେଥିରୁ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ରହିଛି ।