ଟ୍ରୋଲ ହେଲେ ଉର୍ବଶୀ

ନୂଆଦିଲ୍ଲୀ:  ଅଭିନେତ୍ରୀ ଊର୍ବଶୀ ରୌତେଲା ତାଙ୍କ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଅନେକ ଥର ସେ ନିଜର ପୋଷ୍ଟ ଓ ବୟାନ ପାଇଁ ସମାଲୋଚିତ ମଧ୍ୟ ହୋଇଛନ୍ତି। ନିକଟରେ ଉର୍ବଶୀ ପୁଣି ଏମିତି ଏକ ଟୁଇଟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ  ଟ୍ରୋଲ ହେବାକୁ ପଡ଼ିଛି। ଲୋକେ ଟ୍ରୋଲ କରିବା ସହିତ ଉର୍ବଶୀଙ୍କୁ ଟୁଇଟର ଜରିଆରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନୁହନ୍ତି ୱାଇ ଏସ ଜଗମୋହନ ରେଡ୍ଡି ବୋଲି ସୂଚନା ଦେଇ କହିଛନ୍ତି।ଟୁଇଟର ଜରିଆରେ ଅଭିନେତ୍ରୀ ଉର୍ବଶୀ ତାଙ୍କ ସିନେମା ‘ବ୍ରୋ ଦ ଅବତାର’ର କୋଷ୍ଟାର ଓ ସୁପରଷ୍ଟାର ପବନ କଲ୍ୟାଣଙ୍କୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। ଏଭଳି ପୋଷ୍ଟ କରିବା ୧୪ ଘଣ୍ଟାରୁ ଅଧିକ ସମୟ ହୋଇଯାଇଥିଲେ ହେଁ ସେ ତାହାକୁ ଡିଲିଟି କରି ନାହାନ୍ତି।