୧୯୯୦ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଶ୍ରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ତାଙ୍କ ପଦୋନ୍ନତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଜେ କ୍ରିଷ୍ଣା କିଶୋରଙ୍କର ଆୟକର କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ରହିଛି । ସେ ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ । ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଆୟକର ତଦନ୍ତ ନିର୍ଦ୍ଦେଶାଳୟ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ତାଙ୍କର ତତ୍ତ୍ୱାବଧାନରେ ସବୁଠୁ ଅଧିକ ନଗଦ ଟଙ୍କା ଜବତ କରାଯିବା ସହିତ ସର୍ବାଧିକ ଗୋପନୀୟ ଆୟ ଠାବ କରାଯିବା କ୍ଷେତ୍ରରେ ସଫଳତା ମିଳିଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି