ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ନାଡାଲ
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ। ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ରୁଷର ଡାନିଲ ମେଦଭେଦେଭଙ୍କୁ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିାଲରେ ୨-୬, ୬-୭, ୬-୪, ୬-୪, ୭-୫ରେ ହରାଇଛନ୍ତି। ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା।
ମେଦଭେଦେଭ ପ୍ରଥମ ଦୁଇଟି ସେଟ୍କୁ ୬-୨, ୭-୬ରେ ଜିତି ଅଗ୍ରଣୀ ହାସଲ କରିଥିଲେ। ତେବେ ନାଡାଲ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍ ୬-୪, ୬-୪ରେ ଜିତି ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ। ଏହା ପରେ ପଞ୍ଚମ ସେଟ୍ ମଧ୍ୟ ବହୁତ ରୋମାଞ୍ଚକର ରହିଥିଲା। ଏଥିରେ ନାଡାଲ ନିଜ ଅଭିଜ୍ଞତା ବଳରେ ୭-୫ରେ ଜିତି ଟାଇଟଲ୍ ନିଜ ନାମରେ କରିଛନ୍ତି।
ନାଡାଲ ଏହି ମ୍ୟାଚ୍ ଜିତିବା ସହ ଟେନିସ୍ ଜଗତରେ ନିଜ ଇତିହାସ ରଚିଛନ୍ତି। ସେ ଦୁନିଆର ସବୁଠୁ ଅଧିକ ୨୧ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି। ନାଡାଲଙ୍କ ଏହା ଦ୍ଵିତୀୟ ଅଷ୍ଟ୍ରେଲିଆନ ଓପନ ଟାଇଟଲ୍। ଏହା ପୂର୍ବରୁ ସେ ଏହି ଉପଲବ୍ଧି ୨୦୦୯ରେ ହାସଲ କରିଥିଲେ।