ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କଲେ ଆମେରିକା ଗସ୍ତରେ ଥିବା ପ୍ରତିନିଧି ଦଳ
ଆମେରିକା ଗସ୍ତରେ IT ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ ଓ 5T ସଚିବ ଭିକେ ପାଣ୍ଡିଆନ । ଆଇଟି ମନ୍ତ୍ରୀ, 5T ସଚିବ, ଉନ୍ନୟନ କମିଶନର, ଆଇଟି ସଚିବ ଓ ବରିଷ୍ଠ ଅଧିକାରୀମାନେ ଇଲୋକ୍ଟ୍ରୋନିକ୍ସ ଶିଳ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେରିକା ଯାଇଥିବା ଏହି ଟିମ ସାନମିନା କର୍ପୋରେସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ କମ୍ପାନିମାନଙ୍କ ସହ ଆଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିଛନ୍ତି । ମେରିକାର ସିଲିକନ୍ ଗ୍ରୁପ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ୧ ହଜାର କୋଟିର ପୁଞ୍ଜି ନିବେଶ କରିବ ସିଲିକନ୍ ପାୱାର ଗ୍ରୁପ । ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ । ୧୫୦ MM କ୍ଷମତା ସଂପନ୍ନ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଢ଼ରୁ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ କାର୍ବାଇଡ୍ ପ୍ଲାଣ୍ଟ । ଖୁବଶୀଘ୍ର ସିଲିକନ୍ ପାୱାରର ଏକ ଟିମ୍ ଓଡ଼ିଶା ଆସିବେ । ସିଲିକନ୍ ଗ୍ରୁପ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଏକ ଟିମ୍ ।
The #Odisha Govt delegation, during its visit to Silicon Valley, USA met Mr. George Jacob, President and CEO of BayEcotarium, the largest watershed conservation organisation in San Francisco. The agenda of the meeting was focused on augmenting nature conservation efforts in… pic.twitter.com/IoeYaTNmxZ
— CMO Odisha (@CMO_Odisha) July 26, 2023
This will be a first-of-its-kind manufacturing facility in #Odisha that will serve as a testament to #Odisha Govt's efforts to develop a semiconductor ecosystem in the state. The company has committed to start operations in the next 18 to 24 months.
During a comprehensive… pic.twitter.com/MACY5JWTzz
— CMO Odisha (@CMO_Odisha) July 27, 2023
ରାଜ୍ୟରେ ଶିଳ୍ପ ପାଇଁ ଥିବା ଅନୁକୂଳ ବାତାବରଣ, ବଳିଷ୍ଠ ଶିଳ୍ପ ନୀତି ଓ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନକୁ ଯୋଗାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସାନମିନା କର୍ପୋରେସନର ଅଧିକାରୀଙ୍କୁ ଅବଗତ କରିଥିଲେ । କମ୍ପାନୀ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ଟିମକୁ ସେମାନଙ୍କ ପ୍ରଡକ୍ଟ ସମ୍ପର୍କରେ ଅବଗତ କରିବା ସହ କମ୍ପାନୀ ବୁଲାଇ ଦେଖାଇଥିଲେ । ସାନମିନା ଭାରତରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଆଗ୍ରହୀ ଥିବା ମଧ୍ୟ କମ୍ପାନୀ ପକ୍ଷରୁ କହୁଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପାନୁଷ୍ଠାନକୁ ଦିଆଯାଉଥିବା ପ୍ରୋତ୍ସାହନରେ ଉତ୍ସାହିତ ହୋଇ ସାନମିନା କର୍ପୋରେସନ ରାଜ୍ୟରେ ସାଇବର ସୁରକ୍ଷାରେ ପୁଂଜିନିବେଶ କରିବା ପାଇଁ ଏକ ପ୍ରସ୍ତାବ ଖୁବଶୀଘ୍ର ଓଡିଶା ସରକାରଙ୍କୁ ଦେବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ଏଦିଗରେ ସବୁ ପ୍ରକାର ପ୍ରୋତ୍ସାହନ ଦେବେ ବୋଲି ଆଶ୍ବାସନା ଦିଆଯାଇଛି । ଓଡିଶାରେ ସାଇବର ସିକ୍ୟୁରିଟିର ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ଦିଗରେ କମ୍ପାନୀ ସହ ଆଲୋଚନା ହୋଇଥିଲା । ରାଜ୍ୟର ସାଇବର ସିକ୍ୟୁରିଟି ନୀତି ପ୍ରସ୍ତୁତିରେ ମଧ୍ୟ ପାଲୋ ଅଲ୍ଟୋ ସହଯୋଗ କରିବ । ସେହିଭଳି ରାଜ୍ୟରେ ଏକ ଜୀବନ୍ତ ଓସେନରିୟମ ଓ ମ୍ୟୁଜିଏମ ପ୍ରତିଷ୍ଠା ନେଇ ବେ-ଇକୋଟାରିୟମର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ଏହି ପ୍ରତିନିଧି ଦଳ । ବେ-ଇକୋଟାରିୟମ ମଧ୍ୟରେ ଓଡିଶାର ପୁଂଜିନିବେଶ ପାଇଁ ସହମତି ପ୍ରକାଶ କରିଛି । ସେହିଭଳି ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରାମମ୍ବସ ଟେକ୍ନୋଲୋଜିର ପ୍ରତିଷ୍ଠାତାଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି ।
The #Odisha Govt delegation at Silicon Valley (US) met with Dr. Harshad Mehta, promoter of US based Silicon Power Group which is all set to open a 150mm Silicon Carbide manufacturing facility in Odisha with an investment of ₹1000 Cr. Dr. Mehta has submitted a Letter of Intent to… pic.twitter.com/XP0K0aku1M
— CMO Odisha (@CMO_Odisha) July 27, 2023