ଭୁବନେଶ୍ୱର:ଲଗାତର ୩ ବର୍ଷ ଧରି ଓଡିଶା ଋଣଭାର ପରିମାଣ କମାଇ ଚାଲିଛି । ଦିଲ୍ଲୀର ଋଣଭାର ସର୍ବାଧିକ ୩୩.୩, ରାଜସ୍ଥାନର ୧୭.୨, ଆସାମର ୧୬.୪, ମଧ୍ୟପ୍ରଦେଶର ୧୫.୮, ମହାରାଷ୍ଟ୍ରର ୧୪ ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶା ବ୍ୟତୀତ ସବୁ ରାଜ୍ୟରେ ଋଣଭାର ବଢିଛି । ଋଣଭାର କମାଇବାରେ ଓଡ଼ିଶାର ସଠିକ ଆର୍ଥିକ ପରିଚାଳନା ସଫଳତା ଦେଇଛି ବୋଲି ଅର୍ଥନୈତିକ ସମୀକ୍ଷକ କହିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି । ମୁଣ୍ଡପିଛା ଋଣଭାର ହ୍ରାସ କରିବାରେ ଓଡ଼ିଶାର ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆର୍ଥିକ ପରିଚାଳନାରେ ସଶକ୍ତ ହେଉଛି ଓଡ଼ିଶା। କମୁଛି ମୁଣ୍ଡପିଛା ଋଣବୋଝ ଓ ଶୃଙ୍ଖଳିତ ହେଉଛି ବିତ୍ତୀୟ ପରିଚାଳନା। ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଋଣଭାର ୧୨ ପ୍ରତିଶତକୁ ହ୍ରାସ କରିଛି ଓଡ଼ିଶା । ସଂସଦରେ ପ୍ରକାଶିକ ସଦ୍ୟ ରିପୋର୍ଟରେ ଓଡ଼ିଶାକୁ ମିଳିଛି ବଡ଼ ସ୍ୱୀକୃତି । ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ଋଣଭାର କମିଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ପ୍ରତିଶତ କମିଛି । ବିଜେପି, କଂଗ୍ରେସ ଶାସିତ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ୨୦୨୧ -୨୨ରେ ଓଡ଼ିଶାର ଋଣଭାର ୧ ଲକ୍ଷ ୨୯ ହଜାର ୩୫୬ କୋଟି ରହିଛି ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Next Post