କାର୍ଗିଲ ବିଜୟ: ବୀରତ୍ୱ ଓ ସାହାସର ପ୍ରଦର୍ଶନ

ଜୁଲାଇ 26 ତାରିଖ, ଭାରତୀୟ ଇତିହାସରେ ସ୍ମରଣୀୟ ଦିନ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ପ୍ରଦର୍ଶନ କରି ଦେଶ ପାଇଁ ଆଣିଥିଲେ ଗୈାରବ। କାରଗିଲ ପାହାଡ଼ ଷଡ଼ଯନ୍ତ୍ର କରି ଅକ୍ତିଆର କରିବାକୁ ଚାହୁଁଥିଲା ପାକିସ୍ତାନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି ପ୍ରବଳ ପରାକ୍ରମ ପ୍ରଦର୍ଶନ କରିଥିଲା, ଦେଶବାସୀ ଏଥିରେ ଏବେ ବି ଗର୍ବ ଅନୁଭବ କରନ୍ତି। ସେଦିନର ସେ ଯୁଦ୍ଧ ଏବେ ମଧ୍ୟ ଭାରତୀୟଙ୍କ ଶରୀରରେ ଶୀହରଣ ଖେଳାଇଦିଏ । ଏହାରି ଭିତରେ କାରଗିଲ ବିଜୟ ଦିବସକୁ 24 ବର୍ଷ ବିତି ସାରିଛି । କିନ୍ତୁ କାର୍ଗିଲର କାହାଣୀ ସବୁଦିନ ପାଇଁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୈାରବ ଆଣିଛି । କେମିତି ଓ କେଉଁ ଉପାୟରେ ପଡୋଶୀ ପାକିସ୍ତାନର ଏ ଭିତିରି ଷଡ଼ଯନ୍ତ୍ର ବିଷୟରେ ସୁରାକ ପାଇଥିଲା ଭାରତ ? କଣ ଥିଲା ସମ୍ପୂର୍ଣ୍ଣ କାରଗିଲର କାହାଣୀ ?

 

YouTube player

ଭାରତ-ପାକିସ୍ତାନ ସୀମାରେ ଏକ ଛୋଟିଆ ଗାଁ ଗରକୌନ। ଗାଁରେ ବାସକରନ୍ତି ପାଖାପାଖି ୬ଶହ ଲୋକ । ପାହାଡ ଉପରେ ବାସ କରୁଥିବା ଏହି ଲୋକ ମାନଙ୍କର ଜୀବିକା କହିଲେ ବୁଝାଏ ଗୋପାଳନ । ପ୍ରତିଦିନ ଏଠାକାର ବାସୀନ୍ଦା ଏହି ପାହାଡ଼କୁ ଗାଇ ଚରାଇବାକୁ ନିଅନ୍ତି । ଏବଂ ସନ୍ଧ୍ୟାକୁ ପୁଣି ଫେରି ଆସନ୍ତି । ତାସି ନାମକ ଜଣେ ଯୁବକ ଚମରୀ ଗାଈ ଚରାଇବାକୁ ପାହଡ଼ ଉପରକୁ ଯାଇଥିଲେ । ସେଦିନ ସବୁ ଗାଇ ଫେରିଲେ କିନ୍ତୁ ଗୋଟିଏ ଫେରି ନଥିଲା । ସେଦିନ ଥାଏ ୧୯୯୯ ମସିହା ମେ’ ୨ ତାରିଖ। ଗାଇଟି କାଳେ ପାହାଡ଼ ଉପରକୁ ଚାଲିଯାଥିବ ସେଥିପାଇଁ ତାସି ନିକଟରେ ଥିବା ପାହାଡ଼ ଉପରକୁ ଚଢିଥିଲା । ଏବଂ ଗାଇ ଖୋଜିବା ପାଇଁ ସାଥିରେ ବାଇନାକୁଲାର ମଧ୍ୟ ନେଇଥିଲା ତାସି । ବାଇନାକୁଲାରରେ ଆସୁଥିବା ଏହି ଚିତ୍ରରେ ଥିଲେ କିଛି ସନ୍ଦିଗ୍ଧ ବ୍ୟକ୍ତି । ଯେଉଁମାନେ ମୁହଁରେ କପଡା ଗୁଳାଇ ଭାରତ ସୀମା ମଧ୍ୟକୁ ଲୁଚି ଛପି ପ୍ରବେଶ କରୁଥାନ୍ତି । ଏବଂ ହାତରେ ବନ୍ଧୁକ ଧରି ବଡ ବଡ଼ ପଥର ପାଖରେ ଛପି ରହିଥାନ୍ତି । ତାସି ଏବିଷୟରେ ତତକ୍ଷଣାତ ପାଖରେ ଥିବା ଭାରତୀୟ ସେନା କ୍ୟାମ୍ପରେ ସୂଚନା ଦେଇଥିଲା। ଏହି ଷଡଯନ୍ତ୍ର ପାକିସ୍ତାନର ବୋଲି ସମ୍ପୂର୍ଣ୍ଣ ଅବଗତ ହୁଏ ଭାରତୀୟ ସେନା । ୧୯୯୯ ମସିହା ମେ’ ୬ରେ କାରଗିଲର ଖବର ପହଁଚେ ଦିଲ୍ଲୀରେ । ପ୍ରତିରକ୍ଷା ମନ୍ତ୍ରୀଳୟର ନିର୍ଦେଶରେ ଏକ ଟିମ କାରଗିଲରେ ପାକିସ୍ତାନ ସେନା ଅନୁପ୍ରବେଶ କରିଥିବା ବିଷୟରେ ସ୍ପଷ୍ଟ ହେଲେ । ଆଉ ଏହା ପରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍ ଏବଂ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରତି ଆକର୍ମଣ ପାଇଁ ନିର୍ଦେଶ ଦେଇଥିଲେ ।
ପାକିସ୍ତାନ ସେନା ପାହାଡ ଉପରେ ରହି ଗୁଳି ଚଳାଉଥିବାବେଳେ, ତଳେ ରହି ଯୁଦ୍ଧ କରିବା ସେତେଟା ସହଜ ହେଉନଥିଲା ଭାରତୀୟ ଯବାନଙ୍କୁ । ୧୯୯୯ ମେ’ ୯ ତାରିଖରେ ପାକିସ୍ତାନ ସୀମାରୁ ଭାରତକୁ ହୁଏ ପ୍ରଥମ ଆକ୍ରମଣ । ପାକିସ୍ତାନର ଆକ୍ରମଣରେ କାରଗିଲରେ ଅବସ୍ଥିତ ଅସ୍ତ୍ର ଭଣ୍ଡାର ଛାରଖାର ହୋଇଯାଏ । ପ୍ରାୟ ୧୦୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଏ । ଯାହା ଭାରତକୁ ଦିଏ ପ୍ରଥମ ଝଟକା । ଏହାପରେ ୧୯୯୯ ମେ’ ୨୧ରେ ପଡ଼ ପଦକ୍ଷେପ ନିଏ ଭାରତ। ସ୍ଥଳସେନା ମୁଖ୍ୟ ବି ପି ମଲ୍ଲିକ କାରଗିଲର ତାଜା ସ୍ଥିତି ଉପରେ ବୈଠକ କରିନ୍ତି। ବାୟୁସେନା ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ କରନ୍ତି । ଏୟାରଷ୍ଟ୍ରାଇକ କରିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୁଏ । ଏବଂ ଏହାର ଚୂଡ଼ାନ୍ତ ରୂପରେଖ ମଧ୍ୟ ପ୍ରସ୍ତୁତ ହୁଏ । ୨୬ ତାରିଖରେ ଶ୍ରୀନଗର ଏବଂ ପଠାନକୋଟ୍ ଏୟାରବେସ୍ରୁ ମିଗ୍-୨୧, ମିଗ୍-୨୭ ଏବଂ ଏମ୍-୧୭ ଦ୍ରାସ ସେକ୍ଟର ଅଭିମୁଖେ ଉଡ଼ାଣ ଭରେ । ଦ୍ରାସ ସେକ୍ଟରରେ ଲୁଚିଥିବା ଅନୁପ୍ରବେଶକାରୀଙ୍କ ଉପରେ ସିଧା ଆଟାକ୍ କରେ ଭାରତୀୟ ବାୟୁସେନାର ଏହି ଲଢୁଆ ବିମାନ।ବରଫ ପଡୁଥିବା ସମୟରେ ପାକିସ୍ତାନ ସେନା ଏବଂ କିଛି ଆତଙ୍କବାଦୀ ଏହି କାରଗିଲ ପାହାଡ଼କୁ କବଜା କରିଥିଲା । ତେବେ ଭାରତୀୟ ସେନା ଜାଣିବା ପରେ ପାକିସ୍ତାନ ସହ ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ କରିଥିଲେ । ପରେ ଜଣାପଡିଥିଲା ଏହି ପାହାଡ଼କୁ ହଜାର ହଜାର ପାକିସ୍ତାନ ସେନା କବଜା କରିସାରିଛନ୍ତି । ପରେ ଏହି ଯୁଦ୍ଧ ଘମାଘୋଟ ଚାଲିଥିଲା । ଜୁଲାଇ ୨୬ ତାରିଖରେ କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ଭାରତୀୟ ଯବାନ। ତେବେ କାର୍ଗିଲ ବିଜୟ ଦିବସରେ ସହିଦ ହୋଇଥିବା ଯବାନଙ୍କୁ ସଲାମ ଜଣାଇବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଉଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ 1999 ମସିହା ମେ ରୁ ଜୁଲାଇ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର କାର୍ଗିଲ ଜିଲ୍ଲାରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧକୁ ଅପରେସନ୍ ବିଜୟ ନାମରେ ନାମ ଦିଆଯାଇଥିଲା । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପାକିସ୍ତାନ ସେନା ପରାଜୟ ସ୍ଵୀକାର କରିଥିଲେ । ସ୍ଥଳ ସେନା ସହ ମିଶି ଭାରତୀୟ ବାୟୁସେନା ପାକିସ୍ତାନ ସେନା ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ । କାରଗିଲ୍‌ ଯୁଦ୍ଧରେ ହଜାର ହଜାର ପାକିସ୍ତାନ ସୈନିକ ପ୍ରାଣ ହରାଇଥିବା ବେଳେ ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡର ଅଫିସର ମଧ୍ୟ ଥିଲେ । ଯୁଦ୍ଧରେ ପ୍ରାୟ 20,000 ଭାରତୀୟ ସୈନିକ ଲଢ଼ିଥିଲେ । ଭାରତୀୟ ସେନାଙ୍କ ଆକ୍ରମଣ ପରେ ପାକିସ୍ତାନ ସେନା ଆନ୍ତର୍ଜାତୀୟ ସୀମା ପାର ହେବାକୁ ବାଧ୍ୟ ହୋଇଥିଲା ।

ଏହି ଯୁଦ୍ଧ କାରଗିଲ ପହାଡ ଉପରେ ହୋଇଥିବାରୁ ଭାରତୀୟ ସେନାଙ୍କୁ ପାକିସ୍ତାନ ସେନାଙ୍କୁ ମାରିବା କଷ୍ଟକର ହେଉଥିଲା । ପରେ ଏହାକୁ ନେଇ ପାକିସ୍ତାନରେ ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ବୃଦ୍ଧି ପାଇଲା ଏବଂ ସେ ସମୟରେ ପାକିସ୍ତାନର ସେନାମୁଖ୍ୟ ଥିବା ପରଭେଜ ମୁଶରଫ ନୱାଜ ସରିଫଙ୍କ ସରକାର ହଟାଇ ରାଷ୍ଟ୍ରପତି ଶାସନ ଜାରି କରିଥିଲେ । ପ୍ରାୟ ଦୁଇମାସ ଧରି ଚାଲିଥିବା କାର୍ଗିଲ ଯୁଦ୍ଧ ହେଉଛି ଭାରତୀୟ ସେନାର ସାହସର ପ୍ରତୀକ । ପ୍ରାୟ 18 ହଜାର ଫୁଟ ଉଚ୍ଚରେ କାର୍ଗିଲରେ ହୋଇଥିବା ଏହି ଯୁଦ୍ଧରେ ଦେଶ 527 ରୁ ଅଧିକ ସାହସୀ ଯୋଦ୍ଧାଙ୍କୁ ହରାଇଥିଲା । 1300 ରୁ ଅଧିକ ସୈନ୍ୟ ମଧ୍ୟ ଆହତ ହୋଇଥିଲେ ।

କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଓଡ଼ିଆ ଯବାନମାନେ ହେଲେ ମେଜର ପଦ୍ମପାଣି ଆଚାର୍ଯ୍ୟ, ଗୋପିନାଥ ମହାରଣା, ରାଜକିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚ୍ଚିଦାନନ୍ଦ ମଲ୍ଲିକ, ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସରଜିଆଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗନାଲ ମ୍ୟାନ ରଞ୍ଜନ ସାହୁ, ଗଙ୍ଗାରାମ ଦାସ, ବିଧୁରାମ, ନିରଞ୍ଜନ। ଯେଉଁ ବୀରମାନେ ସହିଦ ହୋଇଛନ୍ତି ତାଙ୍କ ସ୍ମୃତିରେ ପ୍ରତିବର୍ଷ ପାଳନ ହେଉଛି କାର୍ଗିଲ ବିଜୟ ଦିବସ ।  ଭାରତର କାର୍ଗିଲ ବିଜୟ , ଭାରତୀୟ ସେନାଙ୍କ ବୀରତ୍ବର ଗାଥା ବହନ କରୁଛି । ରାତି ପାହିଲେ ଦେଶ ପାଳନ କରିବ କାର୍ଗିଲ ବିଜୟ ଦିବସ ।