ସିବିଏସଇ ସ୍କୁଲରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ

ନୂଆଦିଲ୍ଲୀ: ସିବିଏସଇ ସ୍କୁଲ ଗୁଡ଼ିକରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଇପାରିବ । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ ଏଥିପାଇଁ ଅନୁମତି ପ୍ରଦାନ କରିଛି । ସିବିଏସଇ ଅନୁବନ୍ଧିତ ଅଧିକାଂଶ ସ୍କୁଲରେ ଏବେ ଇଂରାଜୀ ଏବଂ କିଛି ବିଷୟରେ ହିନ୍ଦୀରେ ଶିକ୍ଷାଦାନ କରାଯାଉଛି  । ନୂଆ ନିୟମ ଅନୁସାରେ ପ୍ରି- ପ୍ରାଇମେରୀ ଓ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ  ଏବେ ଆଞ୍ଚଳିକ ଭାଷାରେ ସିବିଏସଇ ପାଠ୍ୟକ୍ରମ ପଢ଼ାଯାଇପାରିବ । ଜାତୀୟ ଶିକ୍ଷାନୀତି-୨୦୨୦ରେ ଆଞ୍ଚଳିକ ଓ ମାତୃଭାଷାରେ ଶିକ୍ଷାଦାନ ପାଇଁ ଗୁରୁତ୍ବ ଦିଆଯାଇଥିଲା । ସେହି ଅନୁସାରେ ସିବିଏସଇ ନୂଆ ନିଷ୍ପତ୍ତି ଗ୍ରହଣ କରିଛି ।