ଆଜିର ରାଶିଫଳ
ମେଷ
ଆଜି ରବି ପୁଷ୍ୟା ନକ୍ଷତ୍ରରେ ଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ମନକୁ ବିଭ୍ରାନ୍ତ କରିପାରନ୍ତି। ଅବଶ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ହାତକୁ ନେଇଥିବା କାର୍ଯ୍ୟରେ ଅଗ୍ରଗତି ଘଟିବାର ଆଶା କରାଯାଇପାରେ।
ବୃଷ
ଚନ୍ଦ୍ର ପୂର୍ବାଫାଲଗୁନୀ ନକ୍ଷତ୍ରସ୍ଥ ଯୋଗୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ଲାଭକରି ଖୁସି ହେବେ। ଗୁରୁବର୍ଗ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାଯର୍ୟ ମନ୍ଥର ହେବ।
ମିଥୁନ
ଦ୍ୱିତୀୟସ୍ଥ ମଙ୍ଗଳ ହେତୁ ଟିକିଏ ଟିକିଏ କଥାରେ ଉତ୍ତେଜିତ ହୋଇପଡ଼ିବାରୁ ସମସ୍ୟା ବଢ଼ିବ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ରହିପାରନ୍ତି। ଘର କାମରେ କିମ୍ବା କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବା କଷ୍ଟକର ହୋଇପାରେ।
କର୍କଟ
ବୁଧ ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅସ୍ଥିରତା ସାଙ୍ଗକୁ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ତଥାପି ଅପରାହ୍ନରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି। ସାମାଜିକ ସ୍ତରରେ ମନ ବୁଝତ୍ଲା ଭଳି କଥା କହି ଅନ୍ୟକୁ ଆପଣାର କରିପାରନ୍ତି।
ସି˚ହ
ପାପଗ୍ରସ୍ତ ବୃହସ୍ପତି ଜନିତ ନିକଟ ସମ୍ପର୍କୀୟମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିବ। ପାରିବାରିକ ସମସ୍ୟା ସୁଧାରିବାକୁ ଯାଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
କେତୁଙ୍କ କୁପ୍ରଭାବରୁ ବାକ୍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ପରୋକ୍ଷ ଶତ୍ରୁତା ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ତୁଳା