ଭଦ୍ରକ : ଧାମନଗରରେ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ । ଏଠୁ ବିଜେପିକୁ ହରାଇବା ପାଇଁ ବିଜେଡି ରଣନୀତି ଆରମ୍ଭ କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରିବା ପାଇଁ ବିଜେଡି ପାଗ ଭିଡ଼ିଲାଣି। ରାଜ୍ୟ ସରକାରଙ୍କର ୫-ଟି ସଚିବ ମଧ୍ୟ ନିଜେ ଜିଲ୍ଲାର ୪ଟି ବ୍ଲକ୍ ବୁଲି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ଧାମନଗର ବିଧାନସଭା ଆସନରେ ବିଜେଡିର ସ୍ଥିତି ଦୁର୍ବଳ ରହିଥିବା ବେଳେ ଏଠାରେ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଧାୟକ ହୋଇ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରି ଏଥର ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ।ଧାମନଗର ବିଜେଡିରେ ଗୋଷ୍ଠୀକନ୍ଦଳ ଯୋଗୁ କ୍ରମାଗତ ଭାବେ ଏହି ଆସନ ବିଜେଡିର ହାତଛଡ଼ା ହୋଇଆସୁଛି। ୨୦୧୯ ନିର୍ବାଚନରେ ବିଜେପି ନେତା ସ୍ବର୍ଗତ ବିଷ୍ଣୁଚରଣ ସେଠୀ ଏଠାରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କ ବିୟୋଗ ପରେ ୨୦୨୨ ଉପନିର୍ବାଚନରେ ବିଜେଡି ମହିଳା କାର୍ଡ ଖେଳି ନୂଆମୁହଁକୁ ସ୍ଥାନ ଦେଇ ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିର୍ବାଚନରେ ଅବତୀର୍ଣ୍ଣ ହେବା ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଥିଲେ। ବାପାଙ୍କ ଆସନ ସୁରକ୍ଷିତ ରଖିବାରେ ସୂରଜ ସମର୍ଥ ହୋଇଥିବା ବେଳେ ଉପନିର୍ବାଚନରେ ବିଜେଡିକୁ ଝଟ୍କା ଲାଗିଥିଲା।
Trending
- ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣା: ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ
- NDA ସରକାର ନଆସିଲେ ରାଜ୍ୟର ପିଲାମାନେ ଡାକ୍ତର କିମ୍ବା ଇଞ୍ଜିନିୟର ନୁହେଁ, ଗୁଣ୍ଡା ହେବେ – ମୋଦୀ
- ବାଲିଯାତ୍ରାେରେ ବାସୀ ଖାଦ୍ୟ , ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ପକ୍ଷରୁ ଚଢାଉ
- ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି – ନବୀନ
- ୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ,କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି
- ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼,ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି
- ଆଜି ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଚଢ଼ାଉ,ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା
- ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସେବା ଭବନରେ ‘ବନ୍ଦେ ମାତରମ୍’ ଗାନ ମୁଖ୍ୟମନ୍ତ୍ରୀ
- ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
Prev Post