ଏସିଆ କପ୍ ୨୦୨୩: ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଏସିଆ କପ୍ କ୍ରିକେଟ ସିଡ୍ୟୁଲ ଚୂଡ଼ାନ୍ତ ହଇଛି । ଏ ନେଇ ଏସୀୟ କ୍ରିକେଟ ପରିଷଦ ଆନୁଷ୍ଠାନିକ ଘୋଷଣା କରିିଛି । ଆୟୋଜକ ଦେଶ ପାକିସ୍ତାନରେ ୪ଟି ମ୍ୟାଚ୍ ଖେଳାଯିବ। ସେହିପରି ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ। ଆଗକୁ ବିଶ୍ବକପ୍ ଥିବାରୁ ଏଥର ଏସିଆ କପ୍ ଟି-୨୦ ପରିବର୍ତ୍ତେ ଦିନିକିଆ ଫର୍ମାଟରେ ଆୟୋଜନ କରାଯିବ ।
ଏସିଆ କପ୍ରେ ମୋଟ ୬ଟି ଟିମ୍ ଭାରତ, ପାକିସ୍ତାନ, ନେପାଳ, ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅଗଷ୍ଟ ୩୦ରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚ ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କାର କାଣ୍ଡିଠାରେ ଖେଳାଯିବ । ଯଦି ଭାରତ ଓ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୁଅନ୍ତି, ତେବେ ସେମାନେ ପୁଣି ଥରେ ସୁପର-୪ରେ ମୁହାଁମୁହିଁ ହେବେ। ଯଦି ଉଭୟ ଦଳ ଏଠାରେ ମଧ୍ୟ ବିଜୟୀ ହୁଅନ୍ତି, ତା’ହେଲେ ସେମାନଙ୍କ ଫାଇନାଲ ମ୍ୟାଚରେ ମଧ୍ୟ ଲଢ଼େଇ ହେବ ।