‘ହାର୍ଟ ଅଫ୍ ଷ୍ଟୋନ’ ପୋଷ୍ଟରରେ ଛାଇଗଲେ ଆଲିଆ

ଆଲିଆଙ୍କ ପ୍ରଥମ ହଲିଉଡ୍ ଫିଲ୍ମ ଦେଖିବାକୁ  ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଗୁପ୍ତଚର ଏଜେଣ୍ଟ ଭୂମିକାରେ ଗେଲ୍ ଗାଡୋଟ୍ ଏବଂ ଜେମି ଡୋର୍ଣ୍ଣନ୍ ନଜର ଆସିବେ। ହଲିଉଡ୍ ତାରକାମାନଙ୍କ ମଧ୍ୟରେ ଆଲିଆଙ୍କ କାଷ୍ଟିଂ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଏକ ରୋମାଞ୍ଚ ସୃଷ୍ଟି କରିଛି ।  ଆଲିଆ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶିଖରରେ ଅଛନ୍ତି । ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ଏକ ହିଟ୍ ଗ୍ୟାରେଣ୍ଟି ଭାବରେ ବିବେଚନା କରାଯାଏ ।ଆଲିଆ ଭଟ୍ଟ ନେଟଫ୍ଲିକ୍ସ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ ସହିତ ହଲିଉଡରେ ଡେବ୍ୟୁ କରୁଛନ୍ତି। ଗେଲ୍ ଗାଡୋଟ୍ ଏବଂ ଜେମି ଡୋର୍ଣ୍ଣନଙ୍କ ଫିଲ୍ମରେ ଆଲିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରରୁ ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ ରିଭିଲ୍ ହୋଇଛି। ସେ କିୟା ଧାୱନ ଭୂମିକାରେ ନଜର ଆସିବେ। ଫିଲ୍ମରେ ପ୍ରଥମ ଥର ପାଇଁ ଆଲିଆଙ୍କୁ ନେଗେଟିଭ୍ ଭୂମିକାରେ ଦେଖିବାକୁ ମିଳିବ । ସେ ଏକ ରହସ୍ୟମୟୀ ହ୍ୟାକର ଭୂମିକାରେ ଅଭିନୟ କରୁଛନ୍ତି ଯିଏ ସମସ୍ତ ଅସୁବିଧାକୁ ନିୟନ୍ତ୍ରଣ କରନ୍ତି । ଏହାପୂର୍ବରୁ ଟ୍ରେଲରରେ ଅଭିନେତ୍ରୀଙ୍କ ଝଲକ ଦେଖିବାକୁ ମିଳିଥିଲା। ଟ୍ରେଲରରେ ଆଲିଆଙ୍କ ଚରିତ୍ର ଥିଲା ବେଶ୍ ଦମଦାର୍।