ଆସନ୍ତାକାଲିଠୁ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦ ମୌସୁମୀ ଅଧିବେଶନ । ଚଳିତ ଅଧିବେଶନରେ 31ଟି ନୂଆ ବିଲ ପାରିତ କରିବାକୁ ଶାସକ ଦଳ ଯୋଜନା କରିଛନ୍ତି । ମୌସୁମୀ ଅଧିବେଶନ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଚାଲିବ । ସୁରୁଖୁରୁରରେ ଗୃହ ପରିଚାଳନା ନେଇ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିରୋଧୀ ଦଳ ସାଂସଦମାନେ ଯୋଗଦେଇଛନ୍ତି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଆଜି ବୈଠକରେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏବଂ ରାଜ୍ୟସଭା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଉପସ୍ଥିତ ଅଛନ୍ତି ।

ଆ ଅଧ୍ୟାଦେଶ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀ ଏକ ହୋଇ ବିରୋଧ କରିବାକୁ ମଧ୍ୟ ରଣନୀତି କରାଯାଇଛି ।