ଅଭିନେତ୍ରୀ କାଜୋଲଙ୍କ ୱେବସିରିଜ ଚୁମ୍ବନ ଦୃଶ୍ୟ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ କାଜୋଲଙ୍କ ୱେବସିରିଜ ଚୁମ୍ବନ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ହିନ୍ଦୀ ସିନେମାର ହାତଗଣତି କିଛି ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ କେବଳ ମନାକରୁଥିଲେ ଏପରି କରିବା ପାଇଁ । ସେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। କାଜୋଲ ଜଣେ ଭଲ ଅଭିନେତ୍ରୀ ହେବା ସହ ସର୍ବଦା ତାଙ୍କ ମତକୁ ଖୋଲାଖୋଲି ଭାବେ ରଖନ୍ତି। ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ଦି ଟ୍ରାଏଲ୍’ରେ କାଜୋଲ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି। ଏହି ୱେବ ସିରିଜ୍ ରିଲିଜ୍ ହେବା ପରେ ଏହାକୁ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।  କାଜୋଲଙ୍କର ୱେବସିରିଜ‌ରେ ଥିବା ଏକ ଚୁମ୍ବନର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।