ବନ୍ୟା ପରିସ୍ଥିତି ପ୍ରଭାବରେ ଉତ୍ତର ଭାରତରେ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ଲଗାଣ ବର୍ଷା ଫଳରେ ହିମାଳଚପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ପରିମାଣ ୧୦-୧୫ ହଜାର କୋଟି ଟଙ୍କା ‌ହେବ ବୋଲି ଏସ୍‌ବିଆଇ ପକ୍ଷରୁ ପ୍ରସ୍ତୁତ ଇକୋରାପ୍ ରିପୋର୍ଟରେ ଆକଳନ କରାଯାଇଛି। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଶ ପାଇଁ ବହୁତ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ରିପୋର୍ଟରେ କୁହାଯାଇଛି। ବିଶେଷ କରି ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷତି ହୋଇଛି । ବାଦଲ ଫଟା ବର୍ଷାରେ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । କେତେ ଧନ ଜୀବନ କ୍ଷତି ହୋଇଛି ତାହାର ଆକଳନ କରାଯାଉଛି ।