ନୂଆଦିଲ୍ଲୀ: ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ’ବ୍ରାଏନ୍ଙ୍କ ସମେତ ୧୧ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ଜୟଶଙ୍କର ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭାକୁ ନିର୍ବାଚିତ ହେବେ। ତାଙ୍କ ବ୍ୟତୀତ ଗୁଜରାଟରୁ ଭାଜପାର ବାବୁଭାଇ ଦେଶାଇ, କେଶରିଦେବ ସିଂ ଝଲା, ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜ ଏବଂ ଗୋଆରୁ ସଦାନନ୍ଦ ଶେଟ୍ ତାନାଭାଡେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ତୃଣମୂଳ କଂଗ୍ରେସରୁ ନିର୍ଦ୍ୱନ୍ଦ୍ୱରେ ଜିତୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଓ’ବ୍ରାଏନ, ସୁଖେନ୍ଦୁ ଶେଖର ରାୟ, ଡୋଲ ସେନ୍, ସାକେତ ଗୋଖଲେ, ସମିରୁଲ ଇସ୍ଲାମ ଏବଂ ପ୍ରକାଶ ବାରିକ। ଶାସକ ଭାଜପା ଗୋଟିଏ ଆସନ ଅଧିକ ପାଇବା ସହ ରାଜ୍ୟ ସଭାରେ ଏହାର ଆସନ ସଂଖ୍ୟା ୯୩ ହେବାକୁ ଯାଉଛି। ଜୁଲାଇ ୨୪ରେ ରାଜ୍ୟ ସଭା ଭୋଟ ଥିବାବେଳେ ପଶ୍ଚିମବଙ୍ଗର ୬ ଆସନ, ଗୁଜରାଟର ୩ ଏବଂ ଗୋଆର ଗୋଟିଏ ଆସନ ପାଇଁ ଭୋଟ ହେବ ନାହିଁ। କାରଣ ଏହିସବୁ ଆସନରେ କେହି ବିରୋଧୀ ପ୍ରାର୍ଥୀ ନାହାନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ତୃଣମୂଳ କଂଗ୍ରେସରୁ ୬ ଏବଂ ଭାଜପାରୁ ୫ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବାକୁ ଯାଉଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗର ଏକ ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ହେଉଥିବାବେଳେ ଉକ୍ତ ଆସନ ମଧ୍ୟ ତୃଣମୂଳ ପ୍ରାର୍ଥୀ ଜିତିବାକୁ ଯାଉଛନ୍ତି।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ