ନୂଆଦିଲ୍ଲୀ: ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ’ବ୍ରାଏନ୍ଙ୍କ ସମେତ ୧୧ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ଜୟଶଙ୍କର ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭାକୁ ନିର୍ବାଚିତ ହେବେ। ତାଙ୍କ ବ୍ୟତୀତ ଗୁଜରାଟରୁ ଭାଜପାର ବାବୁଭାଇ ଦେଶାଇ, କେଶରିଦେବ ସିଂ ଝଲା, ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜ ଏବଂ ଗୋଆରୁ ସଦାନନ୍ଦ ଶେଟ୍ ତାନାଭାଡେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ତୃଣମୂଳ କଂଗ୍ରେସରୁ ନିର୍ଦ୍ୱନ୍ଦ୍ୱରେ ଜିତୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଓ’ବ୍ରାଏନ, ସୁଖେନ୍ଦୁ ଶେଖର ରାୟ, ଡୋଲ ସେନ୍, ସାକେତ ଗୋଖଲେ, ସମିରୁଲ ଇସ୍ଲାମ ଏବଂ ପ୍ରକାଶ ବାରିକ। ଶାସକ ଭାଜପା ଗୋଟିଏ ଆସନ ଅଧିକ ପାଇବା ସହ ରାଜ୍ୟ ସଭାରେ ଏହାର ଆସନ ସଂଖ୍ୟା ୯୩ ହେବାକୁ ଯାଉଛି। ଜୁଲାଇ ୨୪ରେ ରାଜ୍ୟ ସଭା ଭୋଟ ଥିବାବେଳେ ପଶ୍ଚିମବଙ୍ଗର ୬ ଆସନ, ଗୁଜରାଟର ୩ ଏବଂ ଗୋଆର ଗୋଟିଏ ଆସନ ପାଇଁ ଭୋଟ ହେବ ନାହିଁ। କାରଣ ଏହିସବୁ ଆସନରେ କେହି ବିରୋଧୀ ପ୍ରାର୍ଥୀ ନାହାନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ତୃଣମୂଳ କଂଗ୍ରେସରୁ ୬ ଏବଂ ଭାଜପାରୁ ୫ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବାକୁ ଯାଉଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗର ଏକ ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ହେଉଥିବାବେଳେ ଉକ୍ତ ଆସନ ମଧ୍ୟ ତୃଣମୂଳ ପ୍ରାର୍ଥୀ ଜିତିବାକୁ ଯାଉଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ