ଗିରଫ ହେଲେ ନକଲି ଡାକ୍ତର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୁଲିସ। ଗିରଫ ଯୁବକଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ଜଣାପଡ଼ିଛି। ସାନଖେମୁଣ୍ଡି ଓ କଟକର ରାଣୀହାଟରେ ଥିବା ଘରୋଇ କ୍ଲିନିକରେ ପୁଲିସ ଯାଞ୍ଚ କରିବା ସହ ନକଲି ଡାକ୍ତରଙ୍କ କଟକ ଭଡ଼ା ଘରେ ମଧ୍ୟ ତଦନ୍ତ କରିଛିନିଜକୁ ଦିଲ୍ଲୀ, ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରୁଥିଲେ ଶୁଭ୍ରଜିତ ପଣ୍ଡା। ପୂର୍ବରୁ ଫେବୃଆରୀ ୨୦୨୦ ମସିହାରେ ତେଲେଙ୍ଗାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।