ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବୃହତ ବିଜୟ
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ମାତ୍ର ତିନି ଦିନରେ ଶେଷ ହେଲା ଡୋମିନିକା ଟେଷ୍ଟ । ଏକ ଇନିଂସ ୧୪୧ ରନରେ ମ୍ୟାଚକୁ ଜିତି ନେଇଛନ୍ତି ରୋହିତ ବ୍ରିଗେଡ୍ । ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତ ବୋଲିଂରେ ଧରାଶୟୀ ହୋଇଛି ଘରୋଇ ଦଳ । ଅଶ୍ବିନୀ ପ୍ରଥମ ଇନିଂସରେ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ, ଦ୍ବିତୀୟ ଇନିଂସରେ ୭ ୱିକେଟ୍ ହାତେଇଥିଲେ ।ପ୍ରଥମ ଇନିଂସରେ ଓ୍ବେଷ୍ଟଇଣ୍ଡିଜ୍ ୧୫୦ ରନ କରିଥିଲା । ଜବାବରେ ଭାରତ ୪୨୧ ରନରେ ୫ ଓ୍ବିକେଟ ହରାଇ ପାଳି ଘୋଷଣା କରିଥିଲା । ସେହପିରି ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୩୦ ରନ୍ରେ ସମସ୍ତ ଓ୍ବିକେଟ ହରାଇଥିଲା । ଯାହା ଫଳରେ ଭାରତ ଏକ ଇନିଂସ ଓ ୧୪୧ ରନ୍ରେ ବିଜୟୀ ହୋଇଛି ।