ପ୍ରଧାନମନ୍ତ୍ରୀ ମୋଦୀ ବାଷ୍ଟିଲ ଦିବସ ପରେଡରେ ସମ୍ମାନିତ ଅତିଥି

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଷ୍ଟିଲ ଦିବସ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଗସ୍ତ ଭାରତ- ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ବର୍ଷ ପୂର୍ତ୍ତି ସମାରୋହର ମଧ୍ୟ ପ୍ରତୀକ ରହିଛି । ଏବେ ପରେଡ ଚାଲିଛି ।  1789ର ଆଜିର ଦିନରେ ଫରାସୀ ବିପ୍ଳବ ହୋଇଥିଲା ଫ୍ରାନସରେ ।  ଫ୍ରାନ୍ସରେ ପ୍ରତିବର୍ଷ 14 ଜୁଲାଇରେ ବଷ୍ଟାଇଲେ ଡେ  ପାଳନ କରାଯାଏ  ।  ରାଜାଙ୍କ ଅନ୍ୟାୟ ଓ ଅତ୍ୟାଚାରରେ ଲୋକ ଅତିଷ୍ଠ ହୋଇ ବିରୋଧ କରିଥିଲେ ।  ଏହି ଉତ୍ସବର  ଭାରତର ସାମରିକ ବାହିନୀ ମଧ୍ୟ ଦେଖାଇବ କଳାକୈାଶଳ । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ 1880 ପରଠାରୁ ପ୍ରତିବର୍ଷ ଜୁଲାଇ 14 ରେ  ଦୁନିଆର ସର୍ବ ପୁରାତନ ସାମରିକ ପ୍ୟାରେଡ ଦେଖିବାକୁ ମିଳେ ।

ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର 25 ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ 241 ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ। ହାଶିମାରାର 101 ସ୍କ୍ୱାର୍ଡନ୍‌ରୁ ଭାରତୀୟ ବାୟୁ ସେନାର ରାଫେଲ୍‌ ଯୁଦ୍ଧ ବିମାନ ପରେଡ୍‌ ସମୟରେ ଫ୍ଲାଇ ପାଷ୍ଟରେ ଅଂଶଗ୍ରହଣ କରିଥିଲା। ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ 14 ଜୁଲାଇ 1789ରେ ବାଷ୍ଟିଲ ଜେଲ୍‌ ଉପରେ ଆକ୍ରମଣ ହୋଇଥିଲା। ପ୍ରତିବର୍ଷ ଜୁଲାଇ 14 ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ।

YouTube player