ନନ୍ଦନକାନନକୁ ଆସିବେ ନୂଆ ଅତିଥି : ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ନନ୍ଦନକାନନକୁ ଆସିବେ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଦୁଇଟି ଗିବନ୍ ଓ ଦୁଇଟି ଚିତ୍ରା ବିରାଡ଼ି ଅଣାଯିବ ।ପ୍ରତିବଦଳରେ ନନ୍ଦନକାନନରୁ ନିଆଯାଇଛି ଦୁଇଟି ନାଲି ମହାବଳ ବାଘ । ଅଣ୍ଡିରା ନାଲି ବାଘ ରକି ଓ ବାଘୁଣୀ ସୋହିନୀକୁ ଦିଆଯାଇଛି । ଏହାସହିତ ୩ଟି ଘଡିଆଳ କୁମ୍ଭୀର ମଧ୍ୟ ଦିଆଯାଇଛି । ଗତକାଲି ଇଟାନଗରରୁ ଏକ ୬ ଜଣିଆ ଟିମ ନନ୍ଦନକାନନ ଆସିଥିବାବେଳେ ଆଜି ବାଘ ଓ କୁମ୍ଭୀର ନେଇ ବାହାରିଛନ୍ତି ।