ନବଦାସଙ୍କୁ ମାରିବାକୁ ଶପଥ ନେଇଥିଲା ଗୋପାଳ!
ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା ମାମଲାର ତଦନ୍ତ ପରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ନବ ଦାସଙ୍କୁ ହତ୍ୟାକୁ ନେଇ ରାଜନୀତି ଚାଲିଥିବା ବେଳେ ତଦନ୍ତକୁ ଅପେକ୍ଷା କରାଯାଇଥିଲା । ତେବେ ଚାର୍ଜସିଟରେ ନବଦାସଙ୍କୁ ମାରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । ଚାର୍ଜସିଟରେ ଏହା ହିଁ ଉଲ୍ଲେଖ ରହିଛି । ନବ ଦାସ ଙ୍କୁ ହତ୍ୟା କରିବାକୁ ନିଜ ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ ଦାସ। ଏଥିସହ ସେ ସେଠାରେ ଲଣ୍ଡା ହୋଇ ନିକଟ ଭବିଷ୍ୟତରେ ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲେ। ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲେ ଗୋପାଳ ଦାସ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଳରେ ସେ ଗୁଳି ଲୋଡ୍ କରି ବି ରଖୁଥିଲେ। ତେବେ କେଉଁ କାରଣରୁ ସେ ମାରିବାକୁ ଶପଥ ନେଇଥିଲେ ତାହା ଜଣାପଡିନାହିଁ ।