ବାଲେଶ୍ବର: ବାହନଗା ଟ୍ରେନ ଟ୍ରାଜେଡି ମାମଲାରେ ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ ପଠାଇଛି । ଖୁବଶୀଘ୍ର ସେମାନେ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ଜଣାପଡିଛି।ସେପଟେ ଗିରଫ ତିନି ଅଧିକାରୀ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କର ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ସେମାନେ ଝାରପଡ଼ା ଜେଲ ଯାଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ମିଳିଥିବା ୪ଦିନିଆ ରିମାଣ୍ଡରେ ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍ ଜେରା ଚାଲିଥିଲା । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ଼ଯନ୍ତ୍ର ରହିଛି କି ଆଦି ଅନେକ ଦିଗରୁ ଛାନବିନ କରାଯାଉଛି । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହଜାତକୁ ଗଲେ ଗିରଫ ତିନି ଅଭିଯୁକ୍ତ । ସେପଟେ ସିନିୟର୍ ସେକ୍ସନ ଇଞ୍ଜିନିୟର ପକ୍ଷରୁ ଜାମିନ ଆବେଦନ ଶୁଣାଣି ଉପରେ ଅଧିକ ସମୟ ମାଗିଛନ୍ତି ତାଙ୍କ ଓକିଲ । ସିବିଆଇ ଦୁଇଟି ପର୍ଯ୍ୟାୟରେ ମୋଟ ୯ ଦିନ ରିମାଣ୍ଡରେ ନେଇ ତିନି ଅଭିଯୁକ୍ତଙ୍କୁ ପଚରା ଉଚରା କରିଥିଲା ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post