ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଶୁଣାଣି ୩ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:  ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କଟକ ପରିବାର ଅଦାଲତରେ ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ଛାଡ଼ପତ୍ର ମାମଲାର ଶୁଣାଣି ବିଳମ୍ବିତ ହେଉଥିବା ଦର୍ଶାଇ ଏହି ମାମଲାକୁ ଅନ୍ୟ କୌଣସି କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ହାଇକୋର୍ଟରେ ଏକ ଟ୍ରାନ୍ସଫର ପିଟିସନ ଦାଖଲ କରିଥିଲେ ଅନୁଭବ ।ଉଭୟଙ୍କ ବିବାହ ବିଛେଦ ମାମଲାର ବିଚାର ପ୍ରକ୍ରିୟାକୁ ୩ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି କଟକ ପରିବାର ଅଦାଲତଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏହା ସହିତ ୩୧ ଜୁଲାଇ ମଧ୍ୟରେ ବର୍ଷାଙ୍କ ଜେରା ଶେଷ କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ବିବାହ ବିଛେଦ ମାମଲାର ଶୁଣାଣିକୁ ଶେଷ କରିବା ପାଇଁ ମଧ୍ୟ ହାଇକୋର୍ଟ କହିଛନ୍ତି ।