ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଏବଂ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଆଜିଠାରୁ ନାମଲେଖା ପଞ୍ଜୀକରଣ ଆରମ୍ଭ । ନି-ୟୁଜିରେ ଯୋଗ୍ୟତା ହାସଲ କରିଥିବା ଓଡ଼ିଶାର ଛାତ୍ରଛାତ୍ରୀ ୧୬ ତାରିଖ ଯାଏଁ ନାମ ପଞ୍ଜୀକରଣ ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଆପଲୋଡ କରିପାରିବେ ।ସୂଚନା ଅନୁଯାୟୀ, ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଏସସିବି ମେଡିକାଲ କଲେଜରେ ହେବାକୁ ଥିବା ଜୁଲାଇ ୧୩ରୁ ୧୪ ତାରିଖ ମଧ୍ୟରେ ମେଡିକାଲ ବୋର୍ଡରେ ଭାଗ ନେବେ । ଏକ୍ସ ସର୍ଭିସ ପ୍ରାର୍ଥୀମାନେ ୧୨ରୁ ୧୫ ତାରିଖ ମଧ୍ୟରେ ଆଇଆରସି ଭିଲେଜରେ ଥିବା ଇଏସ୍ ବୋର୍ଡରେ ଅଂଶଗ୍ରହଣ କରିପାରିବେ ।ତେବେ ୨୦ ତାରିଖରେ ପ୍ରୋଭିଜନାଲ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯେଉଁ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଥିବ ସେ ୨୧ ତାରିଖ ଅପରାହ୍ନ ସୁଦ୍ଧା କରିପାରିବେ ।