ଲୁଚାଛପାରେ ମୋଟ ୨୧୦କୋଟି ନଗଦ ଟଙ୍କା ସଂଗ୍ରହ କରିଛି ଡିଏନ୍ ଗ୍ରୁପ୍
ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟିକସ ଫାଙ୍କିବା ଓ ନଗଦ ଜବତ ହେବାର ୪ଦିନ ପରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚୁପ୍ ବସିଛି । ଏହି ମାମଲାରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏତେ ଟଙ୍କାର ଟିକସ ଫାଙ୍କିବାକୁ ନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ ଆଜି କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଜାରି ହୋଇନାହିଁ ।ସୂଚନା ଅନୁସାରେ, ଡିଏନ୍ ଗ୍ରୁପ୍ ନିଜର ବିଭିନ୍ନ କମ୍ପାନୀ ମାଧ୍ୟମରେ ଲୁଚାଛପାରେ ମୋଟ ୨୧୦କୋଟି ଟଙ୍କା ନଗଦ ଟଙ୍କା ସଂଗ୍ରହ କରିଛି । ସେଥିରୁ ୯୦କୋଟି ଟଙ୍କା ଟିକସ ଫାଙ୍କି ଥିବାର ଦସ୍ତାବିଜ୍ ଚଢ଼ାଉବେଳେ ଆୟକର ବିଭାଗକୁ ମିଳିଛି । ଚଢ଼ଉ ବେଳେ ଡିଏନ୍ ଗ୍ରୁପ୍ ଠାରୁ ମୋଟ ୯.୭୪କୋଟି ଟଙ୍କା ନଗଦ ଅର୍ଥ ଜବତ ହୋଇଛି । ଯାହାକି ନଗଦ ଆକାରରେ ଓଡ଼ିଶାରେ ଏପର୍ଯ୍ୟନ୍ତ ସର୍ବାଧିକ ଜବତ ଟଙ୍କା ବୋଲି କୁହାଯାଉଛି ।