ଅଣ୍ଡିରା ଚିତା ତେଜସର ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ । ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଛି । ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରି ନାହିଁ । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ଚିତା ତେଜସ ମୃତ୍ୟୁକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୪ଟି ଚିତା ଏବଂ ୩ ଶାବକଙ୍କର ମୃତ୍ୟୁ ହୋଇଛି । ଚିତା ତେଜସ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା ।