ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର

puri jagnnatha

କଟକ: ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବାକୁ ନେଇ ସରକାର ହାଇକୋର୍ଟରେ ସମୟ ମାଗିଛନ୍ତି । ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରିବାକୁ ସରକାର ଅଧିକ ୨ ମାସ ସମୟ ଲୋଡ଼ିଛନ୍ତି। ୨୦୨୩, ଏପ୍ରିଲ ୨୫ରେ ହାଇକୋର୍ଟ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି କମିସନ୍‌ ଅଫ୍ ଇନକ୍ବାରି ଆଇନ ଅନୁସାରେ ଜଷ୍ଟିସ୍‌ ରଘୁବୀର ଦାସ କମିସନ୍‌ଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟର ସ୍ଥିତି ବର୍ତ୍ତମାନ କଣ ରହିଛି, ସେ ନେଇ ଜୁଲାଇ ୧ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିସନ୍‌ଙ୍କ ନିକଟରୁ ତଦନ୍ତ ରିପୋର୍ଟ ମିଳିବା ପରେ ଏହା ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଜୁଲାଇ ୧୦ରେ ଏ ସଂପର୍କିତ ମୂଳ ଆବେଦନ ସହିତ ସରକାରଙ୍କ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ମାମଲାର ଶୁଣାଣି ଘୁଞ୍ଚିଥିଲା। ଅଗଷ୍ଟ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।