ଉତ୍ତର ଭାରତରେ ବର୍ଷାର ତାଣ୍ଡବ

ହିମାଚଳପ୍ରଦେଶରେ ବର୍ଷା ଚରୁଛି ତାଣ୍ଡବ । ରାସ୍ତାରେ ବନ୍ୟା । ଚାରିଆଡେ ଖାଲି ପାଣି ଆଉ ପାଣି । ଧନଜୀବନ ପାଣିରେ ଭାସିଯାଉଛି ।  ରାସ୍ତା ପାଣିରେ ବୁଡି ରହିଛି । ଅନେକ୍ ଗାଁ ବିଛିନ୍ନାଞ୍ଚଳରେ ପରିଣତ ହେଲାଣି । ପରିସ୍ଥିତି ଏପରି ହୋଇଯାଇଛି ଯେ, ୧୦ବର୍ଷ ତଳର କଥାକୁ ପୁଣି ମନେପକାଇଦେଉଛି । ଜୁନ୍ ୧୫ତାରିଖ ୨୦୧୩ରେ କେଦାରନାଥରେ ଯେଉଁ ଜଳ ପ୍ରଳୟ ଘଟିଥିଲା । ତାହା ଏବେ ଯାଏଁ ଲୋକଙ୍କ ମନରୁ ଲିଭିନି ନଥିବା ବେଳେ ବର୍ତ୍ତମାନର ସ୍ଥିତି ସେହି ୧୦ ବର୍ଷ ତଳର କଥାକୁ ମନେ ପକାଇ ଲୋକଙ୍କୁ ଆତଙ୍କିତ କରିଦେଇଛି ।ଦୁଇଦିନ ହେବ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା କାରଣରୁ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ଦେଶର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟ ସ୍ଥିତି ସମୀକ୍ଷା କରିବା ସହ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟ ସ୍ଥିତି ସମୀକ୍ଷା କରିବା ସହ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଏସଡିଆରଏଫ ଦଳଗୁଡିକ ପ୍ରଭାବିତ ଲୋକଙ୍କୁ ସହାୟତା ସୁନିଶ୍ଚିତ କରୁଛନ୍ତି ।”