କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ଏଥର ବ୍ୟାପକ ହିଂସାକାଣ୍ଡ ଘଟିଛି । ନିର୍ବାଚନ ଶେଷ ହେବା ପରେ ବି ନିର୍ବାଚନୀ ହିଂସା ବନ୍ଦ ହୋଇନାହିଁ। ନିର୍ବାଚନୀ ହିଂସାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। କିଛି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସ ବିରୋଧୀ କଂଗ୍ରେସକୁ ଦାୟୀ କରିଛି। କଂଗ୍ରେସ, ବିଜେପି ଟିମସିକୁ ଦାୟୀ କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଉତ୍ତେଜନା ଜାରି ରହିଛି। ଭୋଟ୍ ଗ୍ରହଣ ପରେ ମଧ୍ୟ କଂଗ୍ରେସ ଓ ଟିଏମ୍ସି ସମର୍ଥକମାନେ ୫୦ରୁ ଅଧିକ ଗ୍ରାମରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଶନିବାର ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଅନେକ ଜାଗାରେ ହିଂସାକାଣ୍ଡ ଘଟିଛି। ଅନେକ ଲୋକ ଭୋଟବାକ୍ସ ଭଙ୍ଗାରୁଜା କରିବା ସହ କେତେକ ଗାଁରେ ବିରୋଧୀଙ୍କ ଘର ଉପରକୁ ବୋମା ପକାଇଥିଲେ।
Trending
- ରାହୁଲ ଓ ତେଜସ୍ବୀଙ୍କୁ ଦୁର୍ନୀତିଗ୍ରସ୍ତ ପରିବାରର ଦୁଇ ଯୁବରାଜ – ମୋଦୀ
- ଆସନ୍ତା ୩ ତାରିଖରେ ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ନବୀନ , କଟାକ୍ଷ କଲେ ରାଜସ୍ବ ମନ୍ତ୍ରୀ
- ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି
- ନଭେମ୍ବର ୧ ରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ