ନ୍ୟାୟ ପାଇଁ “ଭଦ୍ରକ ନାରୀ ଶକ୍ତିର’ ଲଢେଇ

ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅଧିନସ୍ଥ ଦେଓପଦା ଅଞ୍ଚଳର ଶ୍ରୀମତୀ ଗୀତାରାଣୀ ରାଉତଙ୍କ ସ୍ବାମୀ ପ୍ରମୋଦ ରାଉତ କେନ୍ଦୁଝର ଅଞ୍ଚଳର ତାଙ୍କ ବଡଯାଆ ଆଶାକର୍ମୀ ପୂର୍ଣ୍ଣିମା ରାଉତଙ୍କ ସହିତ ଅନୈତିକ ସଂପର୍କ ରଖୁଥିବାର ଜାଣିବା ପରେ ଗୀତରାଣୀଙ୍କ ପରିବାର ପକ୍ଷରୁ ଏଥିରୁ ବିରତ ରହିବାକୁ ନିବେଦନ କରିଥିଲେ । ହେଲେ ସ୍ଵାମୀଙ୍କ ସହିତ ମିଶି ତାଙ୍କ ପରିବାର ଗୀତରାଣୀଙ୍କୁ ଆକ୍ରମଣ କରିଥିଲେ ।

ଏହାପରେ ପ୍ରଥମେ ଭଣ୍ଡାରିପୋଖରୀ ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ଥାନାବାବୁ ଉକ୍ତ ଏତଲାକୁ ଜାନୁଆରୀ ୬ ତାରିଖରେ ରେଜେଷ୍ଟ୍ରି କରିଛନ୍ତି ହେଲେ କାର‌୍ୟ୍ୟକ୍ରମ ଶୂନ। ଯାହାର ଥାନା କେଶ୍ ନଂ ୨/୨୨, ଜିଆର ନଂ ୪୨/୨୦୨୨ ଓ ଅଣ୍ଡର ସେକ୍ସନ ୪୯୮ (କ) , ୩୨୩ / ୩୦୭ / ୫୦୬ / ୩୪ ଆଇପିସି ଓ ୪ ଡିପି ଆକ୍ଟ ମୂଳେ ଏକ ମୋକଦ୍ଦମା ରୁଜୁ ହୋଇଛି । ଏହି ଘଟଣାର ମାସେ ବିତି ଯାଇଥିଲେ ହେଁ ପୁଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ ଆଜି ପୀଡ଼ିତ ମହିଳାଙ୍କ ନ୍ୟାୟ ପାଇଁ \”ଭଦ୍ରକ ନାରୀ ଶକ୍ତି\” ତରଫରୁ ଭଦ୍ରକ ଏସପି ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି।

ଏସପି ଏହି ଘଟଣା ର ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ହେବବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାକୁ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ଯଦି ପିଢିତ ମହିଳାଙ୍କ ନ୍ୟାୟ ଡେରି ହୁଏ ତାହାହେଲେ ମହିଳାଙ୍କ ତରଫରୁ ଆନ୍ଦୋଳନ ଜୋର ହେବ ବୋଲି ନାରୀ ଶକ୍ତିର ସଭାନେତ୍ରୀ ଉଷା ପାଢ଼ୀ ଚେତାବନୀ ଦେଇଛନ୍ତି।
ଭଦ୍ରକରୁ ନାସିମ ଅକ୍ତାରଙ୍କ ରିପୋର୍ଟ ମେଟ୍ରୋଟିଭି ଓଡିଶା