ଫଲକନୁମା ଏକ୍ସପ୍ରେସରେ ନିଆଁ

ଫଲକନୁମା ଏକ୍ସପ୍ରେସରେ ନିଆଁ  । ତେଲେଙ୍ଗନା ବୋମିପାଲି -ପାଗିଡିପାଲି ମଧ୍ୟରେ ଫାଲକାନାମା ଯାଉଥିବା ବେଳେ   ୩ଟି ବଗିରେ ନିଆଁ ଲାଗିଥିଲା । ହାଓଡ଼ାରୁ ସିକିନ୍ଦରାବାଦ ଯାଉଥିଲା ଟ୍ରେନ ।  ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି ।  ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆଯାଇଛି । ଯାତ୍ରୀ ସୁରକ୍ଷିତ ଥିବା ବେଳେ ଅଲଗା ଟ୍ରେନରେ ଯାତ୍ରୀମାନଙ୍କୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।