ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ସେସନ୍ କୋର୍ଟଙ୍କ ଆଦେଶ କାଏମ ରଖିଲେ ଗୁଜରାଟ ହାଇକୋର୍ଟ
ନୂଆଦିଲ୍ଲୀ: ସବୁ ମୋଦୀ ଚୋର ଟିପ୍ପଣୀ ମାନହାନୀ ମାମଲାରେ ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ସେସନ୍ କୋର୍ଟ ଦେଇଥିବା ରାୟକୁ ଗୁଜରାଟ ହାଇକୋର୍ଟ କାଏମ୍ ରଖିଛନ୍ତି। ସେସନ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ରାହୁଲ୍ ଗାନ୍ଧୀ ଫାଇଲ୍ କରିଥିବା ‘ରିଭ୍ୟୁ ପିଟିସନ୍’କୁ ଖାରଜ କରି ଉକ୍ତ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏହାକୁ ନେଇ ଏବେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଛି ବିତର୍କ । ହାଇକୋର୍ଟ କହିଛନ୍ତି, ଟ୍ରାଏଲ୍ କୋର୍ଟର ଦଣ୍ଡାଦେଶ ସମୁଚ୍ଚିତ, ଏହି ଆଦେଶରେ ହସ୍ତକ୍ଷେପ କରିବା ଅନାବଶ୍ୟକ। ତେଣୁ, ଏହି ଆବଦେନକୁ ଅଗ୍ରାହ୍ୟ କରାଗଲା। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ୍ ଗାନ୍ଧୀଙ୍କ ନାଁରେ ଅନ୍ୟୂନ ୧୦ଟି ଅପରାଧିକ ମାମଲା ପଡ଼ିରହିଛି। ସେଥିରୁ ଗୋଟିଏ ମାମଲା ଫାଇଲ୍ କରିଛନ୍ତି ବୀର ସବର୍କରଙ୍କ ନାତି।