୧୪ରେ ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ
ନୂଆଦିଲ୍ଲୀ : ଆଗାମୀ ୧୪ ତାରିଖରେ ଚନ୍ଦ୍ରଯାନ-୩ ଲଞ୍ଚ ହେବ। ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍ଲ ଏଲ୍ଭିଏମ୍-୩ ସାହାଯ୍ୟରେ ଏହାକୁ ଉତ୍କ୍ଷେପଣ କରାଯିବ। ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍କ୍ଷେପଣ କରାଯିବ। ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରରେ କେତେବେଳେ ସୂର୍ଯ୍ୟୋଦୟ ହେବ ତାହାକୁ ଭିତ୍ତି କରି ଉତ୍କ୍ଷେପଣ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇଛି। ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ କରାଯିବ। ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ଅଭିଯାନ, ଯାହା ଏହାର ଲ୍ୟାଣ୍ଡର୍ ଏବଂ ରୋଭର ବ୍ୟବହାର କରି ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ର ପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ଲ୍ୟାଣ୍ଡର ଏବଂ ରୋଭର ୧୦୦ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରପଲସନ୍ ମଡ୍ୟୁଲ୍ ଦ୍ୱାରା ଗତି କରିବ। ଏହି ପ୍ରକଳ୍ପର ଆନୁମାନିକ ବଜେଟ୍ ୬୧୫ କୋଟି ଟଙ୍କା ରହିଛି।
Announcing the launch of Chandrayaan-3:
🚀LVM3-M4/Chandrayaan-3 🛰️Mission:
The launch is now scheduled for
📆July 14, 2023, at 2:35 pm IST
from SDSC, SriharikotaStay tuned for the updates!
— ISRO (@isro) July 6, 2023
🚀LVM3-M4/Chandrayaan-3🛰️ Mission:
Today, at Satish Dhawan Space Centre, Sriharikota, the encapsulated assembly containing Chandrayaan-3 is mated with LVM3. pic.twitter.com/4sUxxps5Ah
— ISRO (@isro) July 5, 2023