ଝରୁଥିଲା ନାକରୁ ରକ୍ତ
ତଥାପି ଖୁସି ମନାଉଥିଲେ ରିଚାର୍ଡସନ

ଆମ ଜୀବନରେ ବେଳେ ବେଳେ କିଛି ଘଟଣା କନ୍ଦାଏ ତ ପୁଣି ହସାଇଥାଏ । ପ୍ରେତ୍ୟକ ମଣିଷ ଚାହେଁ ସେ ଯେଉଁ ପାହାଚରେ ପାଦ ଦେଇଛି, ଡେରି ପଛେ ହେଉ, କିନ୍ତୁ ସଫଳତାର ସିଡିରେ ପହଚିଂଯାଉ । ଯେଉଁ ସଫଳତା ମିଳେ , ଏତେ ଖୁସିଦିଏ ଯେ ,ତାହାତ କଳ୍ପନା କରିହୁଏ ନାହିଁ । ସେହିପରି ଖେଳ ହେଉ କି କୈାଣସି ପ୍ରତିଯୋଗିତା, ସେଥିରେ ବିଜୟ ହେଲେ ଲୁହ ବି ଆଖିରୁ ଆସିଯାଏ । ସେମିତି ଜଣେ ଖେଳାଳି ବିଜୟ ରେ ଏତେ ଖୁସି ହୋଇଯାଇଥିଲେ ଯେ, ନିଜ ନାକରୁ ରକ୍ତ ବାହାରୁଥିଲେ ମଧ୍ୟ, ଖାତିର ନକରି ବିଜୟକୁ ଅନୁଭବ କରୁଥିଲେ ।richardson

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବିଗ୍ ବାସରେ । ନୂଆ ଇତିହାସ ରଚିଛି ପର୍ଥ ସ୍କଚର୍ସ । ଚତୁର୍ଥ ଥର ପାଇଁ ଚାମ୍ପିୟନ ହେବା ସହ ବିବିଏଲ ସର୍ବାଧିକ ଥର ଚାମ୍ପିୟନ ହେବାର ରେକର୍ଡ କରିଛି । ସେଲିବ୍ରେସନରେ ଟିମର ସାଥୀ ଖେଳାଳୀ ଜାଏ ରିଚାର୍ଡସନ ରକ୍ତାକ୍ତ ଭାବେ ଆହତ ହୋଇଛନ୍ତି । ଟିମ୍ ଚାମ୍ପିୟନ ହେବା ପରେ ପର୍ଥ ସ୍କଚର୍ସର ଖେଳାଳୀ ସେଲିବ୍ରେସନରେ ମାତିଥିବା ବେଳେ ରିଚାର୍ଡସନ ମଧ୍ୟ ଏଥିରେ ସାମିଲ ଥିଲେ । ଆଉ ହଠାତ୍ ସାଥୀ ଖେଳାଳୀଙ୍କ କାନ୍ଧ ରିଚାର୍ଡସନଙ୍କ ନାକ ଓ ପାଟିରେ ବାଜିଥିଲା ।

ଆଉ ରିଚାର୍ଡସନଙ୍କ ନାକ ଓ ପାଟିରୁ ଧାର ଧାର ହୋଇ ରକ୍ତ ବହୁଥିଲା । କିନ୍ତୁ ଏହା ଭିତରେ ବି ରିଚାର୍ଡସନଙ୍କ ମୁହଁରୁ ହସ ଲିଭିନଥିଲା । ଆଉ ଏହି ହସ ଥିଲା ବିଜୟର ହସ, କଷ୍ଟ କରିବା ପରେ ଫଳ ମିଳିବାର ହସ । ଆହତ ହେବା ପରେ ରିଚାର୍ଡସନ ଏକ ଇଣ୍ଟରଭ୍ୟୁ ଦେଇଥିଲେ । ଆଉ ଇଣ୍ଟରଭ୍ୟୁ ସମୟରେ ତାଙ୍କ ନାକରୁ ରକ୍ତର ଧାର ବହିବା ବନ୍ଦ ହେଉନଥିଲା । କିନ୍ତୁ ତାଙ୍କ ମୁହଁରେ ଥିବା ହସ ଅନେକଙ୍କୁ ବେଶ ପ୍ରଭାବିତ କରିଥିଲା ।

ଦଳ ପ୍ରତି ତାଙ୍କର ନିଷ୍ଠା ଓ ଭଲପାଇବା ଏହି ହସ ମାଧ୍ୟମରେ ଝଲସୁଥିଲା ।ଚଳିତ ବିବିଏଲ ଫାଇନାଲରେ ସିଡନୀ ସିକ୍ସର୍ସକୁ ୭୯ ରନରେ ମାତ୍ ଦେଇ ଚାମ୍ପିୟନ ହୋଇଛି ପର୍ଥ ସ୍କଚର୍ସ