ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରିଲେ ଠିକା କର୍ମଚାରୀ

କଟକ:ହଟହଟା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ହୋଇଥିବା ବୈଠକରେ ଯୋଗଦେଇ ବାହାରୁଥିବା ବେଳେ ଘେରିଥିଲେ ଠିକା କର୍ମଚାରୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୫ରୁ ୨୦ ମିନିଟ୍‌ ଧରି ଠିକା କର୍ମଚାରୀମାନେ ଘେରି ରଖିଥିଲେ। ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ବାହାର କରିଥିଲେ।ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଜେନେରାଲ ବଡ଼ି ବୈଠକ ବସିଥିଲା। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇଥିଲେ। ବୈଠକ ପରେ ସ୍ୱସ୍ଥ୍ୟ ମନ୍ତ୍ରୀ ବାହାରକୁ ଆସିଥିଲେ। ଠିକ୍‌ ସେହି ସମୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଠିକା କର୍ମଚାରୀମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରିଥିଲେ। ତାଙ୍କ ଗାଡ଼ିକୁ ଆଗକୁ ଯିବା ପାଇଁ ଦେଇନଥିଲେ। ୧୫ରୁ ୨୦ ମିନିଟ୍‌ ଧରି କର୍ମଚାରୀମାନେ ମନ୍ତ୍ରୀଙ୍କୁ ଅଟକାଇ ରଖିଥିଲେ। ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପୁଲିସ୍‌ ଓ ସିକ୍ୟୁରିଟି ଗାର୍ଡମାନେ ସୁରକ୍ଷା ବଳୟ ଭିତରେ ମନ୍ତ୍ରୀଙ୍କୁ ବାହାର କରିଥିଲେ। ଏହା ପରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଧାରଣାରେ ବସିଥିଲେ।