NationalPolitics ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ Last updated Jul 9, 2023 ମୁମ୍ବାଇ: ମହାରାଷ୍ଟ୍ରରେ ଏନଡିଏ ସହ ମିଶି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ । ଆଗକୁ ସେମାନଙ୍କ ବିରୋଧରେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ଆଶଙ୍କା କଲେଣି । ବିଜେପି ସଂଖ୍ୟା ଗଣିତରେ ଏବେ ବହୁ ଆଗରେ ରହୁଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ସରକାରରୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।ଏପଟେ ଏନଡିଏ ସହ ମିଶି ସରକାର ଗଠନ କରିବା ଅଜିତ ପାଓ୍ବାରଙ୍କ ପାଇଁ ହଠାତ ଯୋଜନା ନଥିଲା । ୨ ତାରିଖରେ ଏନଡିଏ ସହ ମିଶିଥିବା ବେଳେ ୩୦ ତାରିଖରେ ହିଁ ଏନସିପି ଅଧ୍ୟକ୍ଷ ଭାବେ ଶରଦ ପାଓ୍ବାରଙ୍କୁ ହଟାଇ ଅଜିତ ପାଓ୍ବାର ଅଧ୍ୟକ୍ଷ ହୋଇଥିଲେ । ଗତ ଜୁନ୍ ୩୦ ତାରିଖରେ ହିଁ ଏନସିପି ଉପରେ ତାଙ୍କର ନିୟନ୍ତ୍ରଣ ଓ ଦଳୀୟ ଚିହ୍ନ ଉପରେ ଦାବି କରି ସେ ନିର୍ବାଚନ କମିଶନକୁ ଚିଠି ଲେଖିଥିଲେ । Share