ଏନସିପିରେ ଫାଟ: ମହାରାଷ୍ଟ୍ର ସରକାରରେ ସାମିଲ ହେଲେ ଅଜିତ ପାଓ୍ବାର
ମୁମ୍ବାଇ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ପୁଣି ଖେଳିଛନ୍ତି ନୂଆ ଚାଲ । ନିଜେ ଦଳରୁ ବାହାରି ସାମିଲ ହୋଇଛନ୍ତି ସିନ୍ଦେଙ୍କ ସରକାରରେ । ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶିବସେନା ପରେ ଏନସିପି ମଧ୍ୟ ଦୁଇଫାଳ ହୋଇଯାଇଛି । ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଥିବା ଅଜିତ ଏବେ ସରକାରରେ ସାମିଲ ହେବା ପାଇଁ ଯାଉଛନ୍ତି । ରାଜ୍ୟପାଳ ଭବନରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି ଚାଲିଛି । କୁହାଯାଉଛି ଅଜିତଙ୍କ ସମର୍ଥନରେ 29 ଏମଏଲଏ ଅଛନ୍ତି । ସେଥିରୁ 9 ମନ୍ତ୍ରୀ ବନିପାରନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଶିବସେନାରୁ କିଛି ମନ୍ତ୍ରୀ ହେବେ ଏବଂ ବିଜେପିରୁ ମଧ୍ୟ କିଛି ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଛଗନ ଭୂଜବଳ ମଧ୍ୟ ଶପଥ ନେଇଛନ୍ତି ।ଦିଲ୍ଲୀପ ବଲସେ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏନସିପିର 43 ବିଧାୟକ ଅଜିତ ପାଓ୍ବାରଙ୍କ ସହ ଥିବା ବିଜେପି କହିଛି ସେପଟେ ଶରଦ ପାଓ୍ବାର କହିଛନ୍ତି ବିଧାୟକମାନେ ଫେରିଆସିବେ । ଏନସିପିର 53 ବିଧାୟକ ବିଧାନସଭାରେ ଅଛନ୍ତି ।
#WATCH | NCP leader Ajit Pawar takes oath as Maharashtra Deputy CM in the presence of CM Eknath Shinde and Deputy CM Devendra Fadnavis pic.twitter.com/3l3p1Fi9nB
— ANI (@ANI) July 2, 2023
#MaharashtraPolitics | NCP leader Chhagan Bhujbal takes oath as Maharashtra Minister in the presence of CM Eknath Shinde and Deputy CM Devendra Fadnavis pic.twitter.com/BdeAKBo0rH
— ANI (@ANI) July 2, 2023
NCP's Ajit Pawar joins NDA govt in Maharashtra, takes oath as Deputy Chief Minister
Read @ANI Story | https://t.co/TLJeE5vXAe#NCP #AjitPawar #Maharashtra #NDA #deputycm pic.twitter.com/N88dLji7eB
— ANI Digital (@ani_digital) July 2, 2023
#WATCH | Maharashtra CM Eknath Shinde reaches Raj Bhawan where NCP leader Ajit Pawar and other NCP leaders are present. pic.twitter.com/Bjjl2V6Pvg
— ANI (@ANI) July 2, 2023
#WATCH | Visuals from Maharashtra Raj Bhavan where NCP leader Chhagan Bhujbal and other party leaders including Ajit Pawar are present.
CM Eknath Shinde has also reached here. pic.twitter.com/1jPCSBu6ZN
— ANI (@ANI) July 2, 2023