ଶ୍ରୀମନ୍ଦିର ସିଂହଦ୍ୱାର ରୂପାରେ ଝଲସିଲା

ପୁରୀ :ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି ।