National ବିଆର୍ଏସ୍ ନେତା ଏବଂ କାର୍ଯ୍ୟକର୍ତ୍ତା କଂଗ୍ରେସରେ ଯୋଗ ଦେଲେ Last updated Jul 9, 2023 ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଦଳ ବିଆର୍ଏସ୍ ର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସୋମବାର ଦିନ କେସିଆରଙ୍କ ଦଳର ନେତାମାନେ କଂଗ୍ରେସରେ ମିଶିଛନ୍ତି।ଚଳିତ ବର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଶକ୍ତ ଝଟ୍କା ଲାଗିଛି। ପାଟନାରେ ଆୟୋଜିତ ବିରୋଧୀ ବୈଠକକୁ କେସିଆରଙ୍କ ଦଳ ବର୍ଜନ କରିବାପରେ ଆଜି ଦଳକୁ ଏହି ଧକ୍କା ଲାଗିଛି। Share