ଦିଗପହଣ୍ଡିରେ ଦୁର୍ଘଟଣାରେ ୧୧ ସଂପର୍କୀୟଙ୍କୁ ହରାଇଲେ ପୂର୍ବତନ ସାଂସଦ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୨ଜଣଙ୍କର ଜୀବନ। ହେଲେ ଏଥିମଧ୍ୟରୁ ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ ମନେ ପକାଇ କାନ୍ଦୁଛନ୍ତି ପୂର୍ବତନ ସାଂସଦ। ରେଣୁବାଳା ପ୍ରଧାନ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା କରିଥିଲ‌େ।  ହେଲେ ରାତି ଅଧରେ ସବୁ ଶେଷ ହୋଇଗଲା। ଏଭଳି ଘଟଣା ଘଟିବ ବୋଲି କେବେ ଭାବି ନଥିଲେ।