କ୍ରୀଡା ଓ ଯୁବସେବା ବିଭାଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଓ ଯୁବସେବା ବିଭାଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୮ ଓ ୨୦୨୩ରେ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର କ୍ରମାଗତ ସଂସ୍କରଣ ସଫଳତାର ସହ ଆୟୋଜନ କରି ହକିର ବିଶ୍ୱସ୍ତରୀୟ ହବ୍ ଭାବେ ଓଡ଼ିଶା ପ୍ରତିଷ୍ଠିତ ହୋଇଛି।
