ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ:୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ

ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ଗିରଫ ।୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ  । କଳାଧନର କୁବେର ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ । ଜେରା ବେଳେ ୫କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତିର ଟେର୍ ପାଇଛି ଭିଜିଲାନ୍ସ । ନବରଙ୍ଗପୁର ଉପଜିଲ୍ଲାପାଳ ଗିରଫ । କଳାଧନର କୁବେର ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ । ଜେରା ବେଳେ ୫କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତିର ଟେର୍ ପାଇଛି ଭିଜିଲାନ୍ସ । ଆୟର ଉତ୍ସ ନେଇ ସଠିକ ଉତ୍ତର ଦେଇପାରୁନାହାନ୍ତି ପ୍ରଶାନ୍ତ । ଏକାଧିକ ବେନାମୀ ଆକାଉଣ୍ଟ ଖୋଲିଥିଲେ ବାବୁ । ଯେଉଁଥିରେ ଜମା ହୋଇଛି ଲକ୍ଷ ଲକ୍ଷ ଟଙ୍କା । ତାର ବି ଉତ୍ସ କହିପାରିନାହାନ୍ତି ଗିରଫ ଉପଜିଲ୍ଲାପାଳ । ଆହୁରି ତଦନ୍ତ ହେଲେ ସ୍ପଷ୍ଟ ହେବ କଳାଧନ କେଉଁଠୁ ଆଣିଥିଲେ ପ୍ରଶାନ୍ତ । ଗତକାଲି ରାତି ୨ଟାରେ ସରିଥିଲା ଦୀର୍ଘ ୨୦ ଘଣ୍ଟାରେ ମାରାଥନ ରେଡ୍‌ । ୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।